Categories: ମନୋରଂଜନ

ଇଣ୍ଟିମେଟ୍‌ ସିନ ବେଳେ ବଡ଼ ଭୁଲ କରିଥିଲେ ବଲିଉଡ୍‌ ଅଭିନେତା, ୧୫ ଥର କଟ୍ କହିବା ପରେ ମଧ୍ୟ ଅଭିନେତ୍ରୀଙ୍କୁ ଛାଡି ନଥିଲେ

ପ୍ରାୟତଃ ମେନଷ୍ଟ୍ରୀମ୍ ବଲିଉଡ୍ ଫିଲ୍ମ ମାନଙ୍କରେ ଇଣ୍ଟିମେଟ୍ ସିନସ୍ ଜରୁରୀ ହୋଇଥାଏ । କିନ୍ତୁ ସୁଟିଙ୍ଗ୍ କରିବା ବହୁତ କଷ୍ଟ ହୋଇଥାଏ । ଅନେକ ଅଭିନେତା ସୁଟିଙ୍ଗ୍ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଥାନ୍ତି ଏବଂ ନିର୍ଦ୍ଦେଶକ କଟ୍ କହିବା ପରେ ମଧ୍ଯ ସେମାନେ ଅଭିନେତ୍ରୀ ମାନଙ୍କୁ ଛାଡି ନଥାନ୍ତି । ଯାହା ବିଷୟରେ ଉକ୍ତ ଅଭିନେତ୍ରୀମାନେ ନିଜେ ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଅଭିନେତ୍ରୀମାନେ ସେହି ଅଭିନେତାଙ୍କ ସହିତ କାମ କରିବାକୁ ମନା କରିଦେଇଛନ୍ତି । କିନ୍ତୁ ପରେ ଅଭିନେତା ଏବଂ ଡାଇରେକ୍ଟର କ୍ଷମା ମାଗିବାପରେ ସବୁ ସମାଧାନ ହୋଇଥାଏ।

୧୫ବର୍ଷର ରେଖାଙ୍କୁ ପାଞ୍ଚ ମିନିଟ୍ କିସ୍ କରିଥିଲେ ଏହି ଅଭିନେତା:

ଅସଲରେ ୧୯୬୯ରେ ଆସିଥିବା ଫିଲ୍ମ ଅନଜାନା ସଫର ଫିଲ୍ମର ସୁଟିଙ୍ଗ ମୁମ୍ବାଇର ମେହବୁବ ଷ୍ଟୁଡିଓରେ କରାଯାଉଥିଲା । ଗୋଟେ ସିନ୍ ସମୟରେ ଡାଇରେକ୍ଟର ଆକ୍ସନ୍ କହିବା କ୍ଷଣି ଖ୍ଯାତିନାମା ଅଭିନେତା ବିଶ୍ବଜିତ୍ ରେଖାଙ୍କୁ ଆଲିଙ୍ଗନ କରି କିସ୍ କରିବା ଆରମ୍ଭ କରିଦେଇଥିଲେ । ସେତେବେଳେ ରେଖାଙ୍କ ବୟସ ୧୫ବର୍ଷ ଥିଲା । ଏହି ସିନ ବିଷୟରେ ୟାସିର୍ ଉସ୍ମାନ୍ ନିଜ ପୁସ୍ତକରେ ରେଖା-ଏକ୍ ପହେଲି ରେ ଲେଖିଛନ୍ତି । ଏହି ସମୟରେ ଡାଇରେକ୍ଟର ୧୫ ଥର କଟ୍ କହିବା ପରେ ମଧ୍ଯ ଅଭିନେତା ଜଣଙ୍କ ରେଖାଙ୍କୁ ଛାଡିନଥିଲେ ।

ବନୋଦ ଖାନ୍ନା ମାଧୁରୀଙ୍କୁ ମାଗିଥିଲେ କ୍ଷମା:

ଫିଲ୍ମ ଦୟାବାନ୍ ର ଗୀତ ‘ଆଜ୍ ଫିର୍ ତୁମପେ ପ୍ଯାର୍ ଆୟା ହେ’ ସୁଟିଙ୍ଗ୍ ସମୟରେ ବିନୋଦ ଖନ୍ନା ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । କିଛି ଗଣମାଧ୍ଯମର ରିପୋର୍ଟ ଅନୁସାରେ ଜଣାପଡିଥିଲା କି ସୁଟିଙ୍ଗ ସମୟରେ ବିନୋଦ ଖାନ୍ନା କରିଥିବା ନିଜର ବ୍ଯବହାର ପାଇଁ ମାଧୁରୀଙ୍କ କ୍ଷମା ମାଗିଥିଲେ ।

ଡିମ୍ପଲ କପାଡିୟାଙ୍କ ସହିତ ସୁଟିଙ୍ଗ୍ କରିବା ସମୟରେ ନିୟନ୍ତ୍ରଣ ହରାଇଥିଲେ ବିନୋଦ୍:

୧୯୮୭ ମସିହାରେ ବିନୋଦ ଖାନ୍ନା ନିଜର କାରିୟରର ଶୀର୍ଷରେ ଥିଲେ । କୁହାଯାଉଛି କି, ସେତେବେଳେ ବିନୋଦ୍ ଡବଲ ସିଫ୍ଟରେ କାମ କରୁଥିଲେ । ଏହି ସମୟରେ ରାତିରେ ସୁଟିଙ୍ଗ୍ ସମୟରେ ତାଙ୍କର ଫିଲ୍ମ ‘ପ୍ରେମ୍ ଧରମ’ ରେ ଡିମ୍ପଲଙ୍କ ସହିତ ଏକ ଇଣ୍ଟିମେଟ୍ ସିନ୍ କରୁଥିଲେ । ଏହି ସମୟରେ ନିର୍ଦ୍ଦେଶକ ମହେଶ ଭଟ୍ଟ କଟ୍ କଟ୍ କରିବା ପରେ ମଧ୍ଯ ଡିମ୍ପଲଙ୍କୁ ଲଗାତାର ସେ କିସ୍ କରିବାକୁ ଲାଗିଥିଲେ। କୁହାଯାଉଛି କି ଡିମ୍ପଲ ଏହାପରେ ବିନୋଦଙ୍କ ସହିତ କାମ କରିବାକୁ ମନାକରିଦେଇଥିଲେ । କିନ୍ତୁ ବିନୋଦ ଏବଂ ମହେଶ ଭଟ୍ଟ ଦୁଇ ଜଣ ଡିମ୍ପଲଙ୍କୁ କ୍ଷମା ମାଗିବା ପରେ ଡିମ୍ପଲ ପୁନଶ୍ଚ ସୁଟିଙ୍ଗ୍ ପାଇଁ ରାଜି ହୋଇଥିଲେ ।

ମାଧୁରୀଙ୍କ ସହିତ ରେପ୍ ସିନ୍ ବେଳେ ଏମିତି କିଛି କରି ବସିଥିଲେ ଏହି ଖଳନାୟକ:

ଖଳନାୟକ ରଞ୍ଜୀତ୍, ମାଧୁରୀ ଦୀକ୍ଷିତଙ୍କ ସହିତ ଏକ ରେପ୍ ସିନ୍ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । କୁହାଯାଉଛି କି ସେତେବେଳେ ମାଧୁରୀ ନିଜେ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ମୁକ୍ତି ପାଇଥିଲେ ।

ଜୟା ପ୍ରଦାଙ୍କ ସହିତ ସୁଟିଙ୍ଗ୍ ସମୟରେ ଦୀଲ୍ଲିପ୍ ହରାଇ ବସିଥିଲେ ନିୟନ୍ତ୍ରଣ:

ନିଜ ସମୟରେ ଖୁବ୍ ସୁନ୍ଦର ଅଭିନେତ୍ରୀମାନଙ୍କ ଭିତରେ ପରିଚିତ ଥିବା ଜୟା ପ୍ରଦାଙ୍କ ସହିତ ସୁଟିଙ୍ଗ ସମୟରେ ଖଳନାୟକ ଦିଲ୍ଲୀପ ତାହିଲ୍ ନିୟନ୍ତ୍ରଣ ହରାଇ ବସିଥିଲେ । କୁହାଯାଏ କି ସେହି ସମୟରେ ଜୟା ପ୍ରଦା ଦିଲ୍ଲୀପଙ୍କୁ ଚାପୁଡା ମାରି ଦେଇଥିଲେ ।

ଡାଇରେକ୍ଟର କଟ୍ କହିବା ପରେ ମଧ୍ଯ ନିଜକୁ ଅଟକାଇ ପାରିଲେନି ଉଭୟ ଅଭିନେତ୍ରୀ ଓ ଅଭିନେତା:

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜ୍ଯାଙ୍କଲିନ୍ ଫର୍ଣ୍ଣାଡିସ୍ ଙ୍କ ଏହି କଥା ବେଶ୍ ଚର୍ଚ୍ଚାରେ ଥିଲା । ଫିଲ୍ମ ‘ଏ ଜେଣ୍ଟଲ୍ ମ୍ଯାନ୍’ ର ସୁଟିଙ୍ଗ୍ ସମୟରେ ଏକ କିସ୍ ସିନ୍ ସମୟରେ ଡାଇରେକ୍ଟର କଟ୍ କଟ୍ କହିବା ପରେ ମଧ୍ଯ ଦୁଇ ଜଣ ଅଲଗା ହୋଇନଥିଲେ ।

 

 

Sonalisa

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

48 seconds ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

2 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

45 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

49 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago