ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୨୦, କିନ୍ତୁ ଅଶୁଭ ଖବରର ଧାରା ଏବେ ବି ଜାରି ରହିଛି। ବର୍ଷ ଶେଷରେ ବଲିଉଡ୍କୁ ପୁଣି ଏକ ବଡ଼ ଦୁଃଖ ଦେଇଛି ୨୦୨୦। ବଲିଉଡ୍ର ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ପରଭେଶ ସି ମେହେରାଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି କରୋନା ସହ ଲଢ଼ିବା ପରେ ଶୁକ୍ରବାର ହାରିଯାଇଛନ୍ତି ପରଭେଶ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପରଭେଶଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
କରୋନା ସଂକ୍ରମିତ ହେବା ପରେ ପ୍ରାୟ ଏକ ମାସ ଧରି ମେହେରା ଏହି ରୋଗ ସହ ଲଢ଼ିଥିଲେ। ମାତ୍ର ୧୮ ଡିସେମ୍ବର ସନ୍ଧ୍ୟା ୪ଟାରେ ସେ ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଜଣେ ବଡ଼ ଭଉଣୀ ଓ ତିନି ସାନ ଭାଇ ଉମେଶ, ରାଜେଶ ଓ ରାଜୀବ ଅଛନ୍ତି।
ସୂଚନାଯୋଗ୍ୟ ଯେ ମେହେରା ବଲିଉଡ୍ରେ ଅନେକ ଫିଲ୍ମ ପ୍ରଡ୍ୟୁସ କରିଛନ୍ତି। ସେ ରାମ ଜାନେ, ଚମତ୍କାର, ପ୍ୟାର କେ ଦୋ ପଲ୍, ଅଶାନ୍ତି, ଶିକାର-ଦ ହଣ୍ଟର ଆଦି ଫିଲ୍ମରେ ପ୍ରଯୋଜନା କରିଛନ୍ତି।
ପ୍ରକାଶ ଯେ, ବର୍ଷ ୨୦୨୦ରେ ଋଷି କପୁର, ଇରଫାନ ଖାନ୍, ଓ୍ଵାଜିଦ୍ ଖାନ୍, ସରୋଜ ଖାନ୍, ସୁଶାନ୍ତ ସିଂହ ରାଜପୁତଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କୁ ହରାଇଛି ବଲିଉଡ୍।
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…