ମନୋରଂଜନ

ସଲମାନ ଖାନ୍‌ଙ୍କ ପାଇଁ ପାଗଳ ଏହି ଫ୍ୟାନ୍‌, ଅଭିନେତାଙ୍କୁ ଭେଟିବା ଲାଗି ୬୦୦ କିଲୋମିଟର ସାଇକେଲ ଚଲାଇ ଗଲେ

ବଲିଉଡ୍‌ ସେଲିବ୍ରିଟିମାନଙ୍କର ଅନେକ ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଥାଏ, କିନ୍ତୁ ଏମିତି କିଛି ଫ୍ୟାନ୍‌ ଅଛନ୍ତି, ଯେଉଁମାନଙ୍କ ପାଇଁ ସେହି ସେଲିବ୍ରିଟିମାନେ ଭଗବାନଙ୍କ ଭଳି ହୋଇଥାଆନ୍ତି। ନିଜ ଷ୍ଟାର୍‌ମାନଙ୍କୁ ଭେଟିବା ପାଇଁ ସେମାନେ ସବୁ ସୀମା ପାର୍‌ କରିଦିଅନ୍ତି। ଏବେ ସଲ୍‌ମାନ ଖାନ୍‌ଙ୍କର ଜଣେ ଫ୍ୟାନ୍‌ ସାମ୍ନାକୁ ଆସିଛନ୍ତି। ସେ ସଲ୍ଲ ମିଅାଁଙ୍କୁ ଦେଖା କରିବା ପାଇଁ ୬୦୦ କିଲୋମିଟରରୁ ଅଧିକ ବାଟ ସାଇକେଲ ଚଲାଇ ଆସିଛନ୍ତି।

ଆସାମର ତିନସୁକିଆରେ ରହୁଥିବା ଭୂପେନ୍‌ ଲିକସନ ନାମକ ବ୍ୟକ୍ତି ସଲମାନଙ୍କ ବହୁତ ବଡ଼ ଫ୍ୟାନ୍‌। ଯେତେବେଳେ ତାଙ୍କୁ ଜଣାପଡ଼ିଥିଲା କି ଚଳିତବର୍ଷ ଗୌହାଟୀରେ ଫିଲ୍ମ ଫେୟାର ଆଓ୍ଵାର୍ଡସ୍‌ ଆୟୋଜିତ ହେବାକୁ ଯାଉଛି ଏବଂ ଏଥିରେ ସଲ୍‌ମାନ ଖାନ୍‌ ସାମିଲ ହେବେ, ସେବେଠୁ ଭୂପେନ୍‌ ନିଜ ପସନ୍ଦର କଳାକାରଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଲେ।

୫୨ ବର୍ଷୀୟ ଭୂପେନ୍‌ କେବଳ ସଲ୍‌ମାନଙ୍କ ଫ୍ୟାନ୍‌ ନୁହଁନ୍ତି, ଏହାପୂର୍ବରୁ ବି ସେ ପ୍ରସିଦ୍ଧ ଥିଲେ। ୨୦୧୩ରେ ସେ ସାଇକେଲ ହ୍ୟାଣ୍ଡେଲକୁ ହାତ ନ ମାରି କେବଳ ୬୦ ମିନିଟ୍‌ରେ ୪୮ କିଲୋମିଟର ସାଇକେଲ ଚଲାଇ ଯାଇଥିଲେ। ତାଙ୍କର ଏହି ରେକର୍ଡ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago