ସଲମାନ ଖାନ୍ଙ୍କ ପାଇଁ ପାଗଳ ଏହି ଫ୍ୟାନ୍, ଅଭିନେତାଙ୍କୁ ଭେଟିବା ଲାଗି ୬୦୦ କିଲୋମିଟର ସାଇକେଲ ଚଲାଇ ଗଲେ
ବଲିଉଡ୍ ସେଲିବ୍ରିଟିମାନଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ରହିଥାଏ, କିନ୍ତୁ ଏମିତି କିଛି ଫ୍ୟାନ୍ ଅଛନ୍ତି, ଯେଉଁମାନଙ୍କ ପାଇଁ ସେହି ସେଲିବ୍ରିଟିମାନେ ଭଗବାନଙ୍କ ଭଳି ହୋଇଥାଆନ୍ତି। ନିଜ ଷ୍ଟାର୍ମାନଙ୍କୁ ଭେଟିବା ପାଇଁ ସେମାନେ ସବୁ ସୀମା ପାର୍ କରିଦିଅନ୍ତି। ଏବେ ସଲ୍ମାନ ଖାନ୍ଙ୍କର ଜଣେ ଫ୍ୟାନ୍ ସାମ୍ନାକୁ ଆସିଛନ୍ତି। ସେ ସଲ୍ଲ ମିଅାଁଙ୍କୁ ଦେଖା କରିବା ପାଇଁ ୬୦୦ କିଲୋମିଟରରୁ ଅଧିକ ବାଟ ସାଇକେଲ ଚଲାଇ ଆସିଛନ୍ତି।
Assam: Bhupen Likson, a cyclist from Tinsukia reached Guwahati yesterday after cycling a distance of over 600 kms, to meet Salman Khan. He says,”I started this journey on Feb 8 from Jagun (Tinsukia) on a cycle to meet Salman Khan who will be in Guwahati to attend Filmfare Awards” pic.twitter.com/td28ojdXIS
— ANI (@ANI) February 14, 2020
ଆସାମର ତିନସୁକିଆରେ ରହୁଥିବା ଭୂପେନ୍ ଲିକସନ ନାମକ ବ୍ୟକ୍ତି ସଲମାନଙ୍କ ବହୁତ ବଡ଼ ଫ୍ୟାନ୍। ଯେତେବେଳେ ତାଙ୍କୁ ଜଣାପଡ଼ିଥିଲା କି ଚଳିତବର୍ଷ ଗୌହାଟୀରେ ଫିଲ୍ମ ଫେୟାର ଆଓ୍ଵାର୍ଡସ୍ ଆୟୋଜିତ ହେବାକୁ ଯାଉଛି ଏବଂ ଏଥିରେ ସଲ୍ମାନ ଖାନ୍ ସାମିଲ ହେବେ, ସେବେଠୁ ଭୂପେନ୍ ନିଜ ପସନ୍ଦର କଳାକାରଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନେଲେ।
୫୨ ବର୍ଷୀୟ ଭୂପେନ୍ କେବଳ ସଲ୍ମାନଙ୍କ ଫ୍ୟାନ୍ ନୁହଁନ୍ତି, ଏହାପୂର୍ବରୁ ବି ସେ ପ୍ରସିଦ୍ଧ ଥିଲେ। ୨୦୧୩ରେ ସେ ସାଇକେଲ ହ୍ୟାଣ୍ଡେଲକୁ ହାତ ନ ମାରି କେବଳ ୬୦ ମିନିଟ୍ରେ ୪୮ କିଲୋମିଟର ସାଇକେଲ ଚଲାଇ ଯାଇଥିଲେ। ତାଙ୍କର ଏହି ରେକର୍ଡ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇଛି।