Below header

ଛତିଶଗଡ଼ ରାୟଗଡ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ: ରାୟଗଡ଼ ଅତିରିକ୍ତ SP

ରାୟଗଡ଼: ଛତିଶଗଡ଼ ରାୟଗଡ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଏହି ସୂଚନା ଦେଇଛନ୍ତି ରାୟଗଡ଼ ଅତିରିକ୍ତ SP ଅଭିଷେକ ବର୍ମା। ଗତକାଲି ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ୨୦୧୬ରେ ଛତିଶଗଡ଼ ରାଇଗଡ଼ ଜିଲ୍ଲାରେ ମାଆ ଓ ଝିଅଙ୍କୁ ହତ୍ୟା ଘଟଣାରେ ପ୍ରମାଣ ପାଇବା ପରେ ଅନୁପ ସାଏଙ୍କୁ ଗିରଫ କରାଯାଇଛି। ଆଜି ମଧ୍ୟାହ୍ନ ୧.୩୦ରେ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ ଅତିରିକ୍ତ SP ଅଭିଷେକ ବର୍ମା। ୨୦୧୬ରେ ଚକ୍ରଧରନଗର ଥାନା ଅଞ୍ଚଳରେ ମାଆ ଓ ଝିଅଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଅନୁପଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ହାଜର ହେଉ ନଥିବାରୁ ବୁଧବାର ରାତିରେ ଉଠାଇ ନେଇଥିଲା ରାଇଗଡ଼ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.