ସ୍ପେଶାଲ

ଜାଣନ୍ତୁ କାହିଁକି ପାଳନ କରାଯାଏ ମହାଶିବରାତ୍ରୀ, କଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ମାସରେ ଚର୍ତୁଦଶୀ ତିଥିରେ ଶିବରାତ୍ରୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣପକ୍ଷକ୍ଷର ଚର୍ତୁଦଶୀକୁ ମହାରାତ୍ରୀ କୁହାଯାଇଥାଏ। ମହାଶିବରାତ୍ରୀ ଦିନ ଶିବଙ୍କ ଭକ୍ତ ଗଙ୍ଗାଜଳରେ ଭଗବାନ ଶିବଙ୍କର ଅଭିଷେକ କରିଥାନ୍ତି। ଏହିଦିନ ବ୍ରତ ରଖିବା ମହିଳାମାନଙ୍କ ପାଇଁ ଏକ ଖାସ୍‌ ମହତ୍ତ୍ୱ ରଖିଥାଏ। ମାନ୍ୟତା ରହିଛି ଯଦି ଅବିବାହିତ ଝିଅ ବିଧି ପୂର୍ବକ ଏହି ବ୍ରତ ରଖିଥାନ୍ତି ତେବେ ତାଙ୍କ ବିବାହ ଖୁବ୍‌ ଶୀଘ୍ର ହୋଇଯାଇଥାଏ। ସେହିଭଳି ବିବାହିତ ମହିଳାମାନେ ନିଜର ବୈବାହିକ ଜୀବନ ସୁଖମୟ ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ୨୧ ଫେବୃଆରୀ, ଶୁକ୍ରବାର ଦିନ ପାଳନ କରାଯିବ।

ମହାଶିବରାତ୍ରୀର ମହତ୍ତ୍ୱ:

ଇର୍ଶାନ ସଂହିତା ଅନୁଯାୟୀ ମହାଶିବରାତ୍ରୀ ଦିନ ଜ୍ୟୋର୍ତିଲିଙ୍ଗ ରୂପରେ ଶିବ ପ୍ରକଟ ହୋଇଥିଲେ। ଏହିକାରଣରୁ ଏହି ଦିନକୁ ମହାଶିବରାତ୍ରୀ ପର୍ବ ରୂପେ ପାଳନ କରାଯାଏ। ଉଲ୍ଲେଖ ରହିଛି ମହାଶିବରାତ୍ରୀ ବ୍ରତ ଦ୍ୱାରା ଜୀବନରୁ ପାପ ନାଶ ହୋଇଥାଏ। ଏହିକାରଣରୁ ବ୍ରତ ମାନଙ୍କ ମଧ୍ୟରେ ଏହି ବ୍ରତକୁ ରାଜା କୁହାଯାଇଛି।

ମହାଶିବରାତ୍ରୀରେ କଣ କରିବା ଉଚିତ:

ମହାଶିବରାତ୍ରୀ ଭଗବାନ ଶଙ୍କରଙ୍କର ସବୁଠାରୁ ଖାସ୍‌ ଦିନ। ଏହିକାରଣରୁ ଏହି ଦିନରେ ଭଗବାନ ଶଙ୍କରଙ୍କର ବିଧି ପୂର୍ବକ ପୂଜା କରିବା ଉଚିତ। ଭଗବାନ ଶଙ୍କରଙ୍କ ପୂଜା ପାଇଁ କୌଣସି ଶୁଦ୍ଧ ପାତ୍ରରେ ଜଳ ନେଇ ସେଥିରେ ଗାଈ କ୍ଷୀର, ବେଲପତ୍ର, କେଶର, ଅକ୍ଷତ ଆଦି ପକାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହାବ୍ୟତୀତ ଏହିଦିନ ଭଗବାନ ଶଙ୍କରଙ୍କୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଶିବ ପୂଜା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖନ୍ତୁ :

ମହାଶିବରାତ୍ରୀ ଦିନ ବିଶେଷ ସାବଧାନତାର ସହ ଶିବଙ୍କ ପୂଜା କରିବା ଉଚିତ। ଶିବ ପୂଜା ସମୟରେ ଶିବଲିଙ୍ଗ ଉପରେ ଭସ୍ମ ଅର୍ପଣ କରିବା ଶୁଭ ହୋଇଥାଏ। ଏତିସହ ଶିବଙ୍କର ବେଲପତ୍ର ପ୍ରିୟ ହୋଇଥିବାରୁ ନିଶ୍ଚୟ ବେଲପତ୍ର ଅର୍ପଣ କରନ୍ତୁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago