ମନୋରଂଜନ

ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’

ମୁମ୍ବାଇ: ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’ । ପ୍ରାୟ ଦେଢ ବର୍ଷ ହେବ ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରି ରହିିଛନ୍ତି। ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱ କପ ହାତେଇ ଥିଲା ଭାରତୀୟ କ୍ରିକେଟ ଟିମ୍‌। କ୍ୟାପଟେନ କପିଲ ଦେବଙ୍କ ନେତୃତ୍ୱରେ ବିଶ୍ୱ କପ ଜିତିଥିଲା ଭାରତ। ଏହି ବିଜୟ ଯାତ୍ରା ପଛରେ ବହୁ ପ୍ରେରଣାଦାୟୀ କାହାଣୀ ରହିଛି। ଏହାକୁ ପରଦାରେ ଉତାରିଛନ୍ତି ନିର୍ଦ୍ଦେଶକ କବୀର ଖାନ୍‌। କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂ। ଦୀପିକା ପାଦୁକୋନ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି।

ସୂଚନା ଥାଉକି, ଆଜି ୮୩ ପରଦାକୁ ଆସିଛି। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ ଦିଲ୍ଲୀ ସରକାର ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ୮୩କୁ ଦିଲ୍ଲୀରେ କର ମୁକ୍ତ କରାଯିବ। ଦିଲ୍ଲୀରେ ୮୩ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେଜରିଓ୍ଵାଲ ସରକାର ଘୋଷଣା କରିଛନ୍ତି।

ଏପଟେ ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ଅବସରରେ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା।୮୩ରେ ରଣବୀରଙ୍କ ସହ ତାହିର ରାଜ ଭସିନ୍‌, ଜିବା, ସାକିବ ସଲିମ୍‌, ଯତୀନ ସରନା, ଚିରାଗ ପାଟିଲ, ଦିନକର ଶର୍ମା, ନିଶାନ୍ତ ଦହିୟା, ସାହିଏ ଖଟ୍ଟର, ଏମି ଓ୍ଵିର୍କ, ହାର୍ଡି ସନ୍ଧୁ, ଆଦିନାଥ କୋଠାରେ, ଧୈର୍ଯ୍ୟ କରବା, ପଙ୍କଜ ତ୍ରିପାଠୀ ପ୍ରମୁଖ ନଜର ଆସିବେ।

ଫିଲ୍ମରେ ଦୀପିକା ପାଦୁକୋନ୍‌ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ। ଡିସେମ୍ବର ୨୪ରେ ଫିଲ୍ମ ୮୩ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍‌ ଭାଷାରେ ବଡ଼ ପରଦାକୁ ଆସିବ। ଏହି ଫିଲ୍ମକୁ ଦୀପିକା ପାଦୁକୋନ, ବିଷ୍ଣୁବର୍ଦ୍ଧନ ଇନ୍ଦୁରୀ, ସାଜିଦ ନାଡିଓ୍ଵାଡଓ୍ଵାଲ ପ୍ରଯୋଜନା କରୁଛନ୍ତି।

Sonalisa

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

12 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

24 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

35 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago