Categories: ମନୋରଂଜନ

ଫିଲ୍ମି ଫ୍ରାଇଡେରେ ମୁଭି ଲୁକା ଛୁପିକୁ ଟକ୍କର ଦେବ ସିରିୟସ୍‌ ଡ୍ରାମା ସୋନ ଚିଡିୟା

ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିବ କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍ ଷ୍ଟାରର ଲୁକା ଛୁପି। ଫିଲ୍ମରେ ରହିଛି ଛୋଟ ସହରର କାହାଣୀ। କାର୍ତ୍ତିକ ଓ କ୍ରିତି ଲିଭ ଇନରେ ରହିବାକୁ ଚାହୁଁଛନ୍ତି। ମାତ୍ର ଛୋଟ ସହରରେ ଅବିବାହିତ ଯୁବକଯୁବତୀଙ୍କୁ ଘର ଭଡା ମିଳିବାରେ ଅସୁବିଧା ହେଉଛି ।ସେଥିଲାଗି ବିବାହ କରିଥିବା ନେଇ ମିଛ କହୁଛନ୍ତି ଉଭୟେ । ଏହାପରେ ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିବାକୁ ମିଳିବ ଫିଲ୍ମରେ । ଫିଲ୍ମରେ ରହିଛି ଭରପୂର କମେଡି। ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର।

ଲୁକା ଛୁପିକୁ ଟକ୍କର ଦେଉଛି ସିରିୟସ୍ ଡ୍ରାମା ସୋନ ଚିଡିୟା। ଡାକୁ ମାନସିଂହ ଗ୍ୟାଙ୍ଗର କାହାଣୀ ଦେଖିବାକୁ ମିଳିବ ଫିଲ୍ମରେ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନେକର ଓ ରଣବୀର ସୌରୀ। ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଚୌବେ । ବିଶାଲ ଭରଦ୍ୱାଜ ମ୍ୟୁଜିକ ଦେଇଥିବାବେଳେ ପ୍ରଯୋଜନା କରୁଛନ୍ତି ରୋନି ସ୍କ୍ରୁବାଲା।

 

Pritiparna

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago