Below header

ଫିଲ୍ମି ଫ୍ରାଇଡେରେ ମୁଭି ଲୁକା ଛୁପିକୁ ଟକ୍କର ଦେବ ସିରିୟସ୍‌ ଡ୍ରାମା ସୋନ ଚିଡିୟା

ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିବ କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍ ଷ୍ଟାରର ଲୁକା ଛୁପି। ଫିଲ୍ମରେ ରହିଛି ଛୋଟ ସହରର କାହାଣୀ। କାର୍ତ୍ତିକ ଓ କ୍ରିତି ଲିଭ ଇନରେ ରହିବାକୁ ଚାହୁଁଛନ୍ତି। ମାତ୍ର ଛୋଟ ସହରରେ ଅବିବାହିତ ଯୁବକଯୁବତୀଙ୍କୁ ଘର ଭଡା ମିଳିବାରେ ଅସୁବିଧା ହେଉଛି ।ସେଥିଲାଗି ବିବାହ କରିଥିବା ନେଇ ମିଛ କହୁଛନ୍ତି ଉଭୟେ । ଏହାପରେ ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦେଖିବାକୁ ମିଳିବ ଫିଲ୍ମରେ । ଫିଲ୍ମରେ ରହିଛି ଭରପୂର କମେଡି। ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉଟେକର।

movie ଲୁକା ଛୁପିକୁ ଟକ୍କର ଦେଉଛି ସିରିୟସ୍ ଡ୍ରାମା ସୋନ ଚିଡିୟା। ଡାକୁ ମାନସିଂହ ଗ୍ୟାଙ୍ଗର କାହାଣୀ ଦେଖିବାକୁ ମିଳିବ ଫିଲ୍ମରେ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନେକର ଓ ରଣବୀର ସୌରୀ। ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଚୌବେ । ବିଶାଲ ଭରଦ୍ୱାଜ ମ୍ୟୁଜିକ ଦେଇଥିବାବେଳେ ପ୍ରଯୋଜନା କରୁଛନ୍ତି ରୋନି ସ୍କ୍ରୁବାଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.