କୌଣସି ବି ଯୋଗ୍ୟ ହିତାଧିକାରୀ କାଳିଆରୁ ହେବେ ନାହିଁ ବଞ୍ଚିତ, ଆଜି ପ୍ରକାଶ ପାଇବ ଚିଠା ତାଲିକା

ଆଜି ପ୍ରକାଶ ପାଇବ କାଳିଆ ଯୋଜନାରେ ଚିଠା ତାଲିକା । ଏହା ପରେ ହିତାଧିକାରୀଙ୍କ ତାଲିକାକୁ ଯାଞ୍ଚ କରାଯିବ । ନିକଟରେ ରାଜ୍ୟ ସରକାର ଆଉ ୧୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ନାମମାତ୍ର, କ୍ଷୁଦ୍ର, ଭାଗଚାଷୀ, କୃଷି ଶ୍ରମିକଙ୍କୁ ତାଲିକାରେ ସାମିଲ କରାଯିବ । ୩୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।

kaliaକିନ୍ତୁ ଏହା ଏବେ ୪୫ ଲକ୍ଷରେ ପହଞ୍ଚିଛି । କାଳିଆ ସହାୟତା ରାଶି ଖରିଫ ପାଇଁ ଏପ୍ରିଲ ପହିଲା ଏବଂ ରବି ପାଇଁ ସେପ୍ଟେମ୍ବର ପହିଲା ପରେ ମିଳିବ ବୋଲି ଘୋଷଣା କରାଯାଇଛି । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.