ଆଜି ଝାରସୁଗୁଡ଼ା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଝାରସୁଗଡ଼ା ଓ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟାରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ବନହରପାଲି ସ୍ଥିତ ଓପିଜିସିରେ ପହଞ୍ଚିବେ । ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟର ଉଦ୍ଘାଟନ କରିବେ । ଏହା ସହ ସୁନ୍ଦରଗଡ଼ ମନୋହରପାଲି ସ୍ଥିତ ଓସିପିଏଲ୍ ଖଣିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ପରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯିବେ । ଅପରାହ୍ନରେ ରାଉରକେଲାରେ ପହଞ୍ଚି ବିମାନ ବନ୍ଦର ପଡିଆରେ ଆୟୋଜିତ ସମାବେଶରେ ଯୋଗଦେବେ ।

ଏଥିରେ ଲକ୍ଷାଧିକ ଚାଷୀ, ନିର୍ମାଣ ଶ୍ରମିକ, ଏସ୍ଏଚ୍ଜି ଗ୍ରୁପ୍ ଓ ବିଜୁ ଯୁବ ବାହିନୀ ସଦସ୍ୟ ଯୋଗଦେବେ । ପ୍ରାୟ ୩୩୬ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ପ୍ରାୟ ୩୦୯କୋଟି ଟଙ୍କାର ୧୯ ପ୍ରକଳ୍ପର ଶିଳାନ୍ୟାସ କରିବାର କାର‌୍ୟ୍ୟକ୍ରମ ରହିଛି । ଏସଟିଆଇ ଓଭରବ୍ରିଜର ଉଦ୍ଘାଟନ କରିବେ ନବୀନ । ଏହାସହ କୁଆଁରମୁଣ୍ଡା କୋଏଲ ନଦୀ ଉପରେ ନିର୍ମାଣ ହେବାକୁ ଥିବା ପୋଲର ଶିଳାନ୍ୟାସ କରିବାର କାର‌୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.