Below header

କିଟ ପକ୍ଷରୁ ଆୟୋଜିତ ୪୧ତମ ନ୍ୟାସନାଲ ସବ୍ ଜୁନିୟର ଭଲିବଲ ଚାମ୍ପିଅନସିପ ଉଦଯାପିତ

ଭୁବନେଶ୍ବର (କେନ୍ୟୁଜ୍) : କିଟ ପକ୍ଷରୁ ଆୟୋଜିତ ୪୧ତମ ନ୍ୟାସନାଲ ସବ୍ ଜୁନିୟର ଭଲିବଲ ଚାମ୍ପିଅନସିପ ଉଦଯାପିତ । ଫାଇନାଲ ମ୍ୟାଚ ବାଳକ ବିଭାଗରେ ଚଣ୍ଡିଗଡ, ହରିଆନା ଦଳକୁ ହରାଇ ଚାମ୍ପିଅନ ହୋଇଛି । ସେହିଭଳି ବାଳିକା ବିଭାଗରେ ପଶ୍ଚିମବଙ୍ଗ, ହରିଆନାକୁ ହରାଇ ଟ୍ରଫି ହାତେଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଜି ଅମିତାଭ ଠାକୁର ଯୋଗଦେଇ ଶ୍ରେଷ୍ଠଦଳଙ୍କୁ ପୁରଷ୍କ୍ରୁତ କରିଥିଲେ ।

କାର୍ଯ୍ୟକ୍ରମରେ ଭଲିବଲ ଫେଡେରେସନ ଅଫ ଇଣ୍ଡିଆ ସଭାପତି ଏସ. ବାସୁଦେବନ, ଟ୍ରେଜେରର ଶେଖର ବୋଷ, ବରିଷ୍ଠ ଉପସଭାପତି ରତିନ ଲାଲ ଚୌଧୁରୀ, ଓଡିଶା ଭଲିବଲ ଆସୋସିଏସନର କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ ଓ କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବାଳକ ଓ ବାଳିକା ବିଭାଗରୁ ୪୫ଟି ଦଳ ଅଂଶଗ୍ରହଣ କରିଥିଲେ । ୬ଦିନ ଧରି କିଟ ଭଲିବଲ ପଡିଆରେ ସମସ୍ତ ମ୍ୟାଚ ଖେଳାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.