Below header

ଚାନ୍ଦବାଲି ଆହାର କେନ୍ଦ୍ରରେ ତାଲା ପକାଇଲେ ଠିକାଦାର, ଖାଦ୍ୟ ନପାଇ ଫେରିଲେ ଲୋକେ

ଚାନ୍ଦବାଲି (କେନ୍ୟୁଜ୍) : ଆହାର କେନ୍ଦ୍ରରେ ତାଲା ପକାଇଲେ ଠିକାଦାର । କେନ୍ଦ୍ରରେ ଖାଦ୍ୟ ନପାଇ ଫେରିଲେ ଲୋକେ । ଚାନ୍ଦବାଲି ସ୍ଥିତ କ୍ଷୀରୋଦ ସିଂଙ୍କ ପତ୍ନୀଙ୍କ ନାଁରେ ଏହି ଆହାର କେନ୍ଦ୍ରଟି ଏଗ୍ରିମେଣ୍ଟ ହୋଇଥିଲା । ଏଗ୍ରିମେଣ୍ଟ ମୁତାବକ ଆହାର କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ କେନ୍ଦ୍ର ପାଇଁ ସଂପୂର୍ଣ୍ଣ ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ କ୍ଷୀରୋଦ ବାରମ୍ବାର ଏନ୍ଏସି ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବି କିଛି ସୁଫଳ ମିଳିନାହିଁ । ବକେୟା ଅର୍ଥ ପାଇବା ଦାବିରେ ଆହାର କେନ୍ଦ୍ରରେ ତାଲା ପକାଇଛନ୍ତି । ଘଟଣାସ୍ଥଳରେ ଏନ୍ଏସି ଅଧିକାରୀ ଓ ପୋଲିସ ପହଞ୍ଚି ବୁଝାସୁଝା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.