ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନରୁ ଶିଖନ୍ତୁ ସଫଳ ହେବାର ଏହି ୫ଟି ସୁତ୍ର

ଗୀତାରେ ଜୀବନର କଥା ବିସ୍ତାର ରୂପେ ବର୍ଣ୍ଣନା କରାଯାଇଛି। ଗୀତାକୁ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ବରୂପ କୁହାଯାଇଥାଏ। ମଣିଷ ଜୀବନକୁ ସଫଳ କରିବାର ସୁତ୍ର ଗୀତାରେ ବର୍ଣ୍ଣନା କରାଯାଇଛି। ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ କଥାର ଅଧ୍ୟୟନ କରି ଶିଖିବାକୁ ହେବ।
ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡ଼ିତ ଥିବା କିଛି ମହତ୍ବ କଥା:
ପ୍ରଥମ ମନ୍ତ୍ର: ଶାନ୍ତ ସ୍ବଭାବ ରଖି କାମ କର
ଭଗବାନ ଶ୍ରୀକୃଷ୍ଣ ଛୋଟ ବେଳେ ବହୁତ ଦୃଷ୍ଟ ପ୍ରକୃତିର ଥିଲେ କିନ୍ତୁ କିଛି ବିପଦ ଆସିବା ସମୟରେ ସେ ଶାନ୍ତ ରହୁଥିଲେ। ଭଗବାନ ଶ୍ରୀକୃଷ୍ଣ ସ୍ବୟଂ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ଏବଂ ସେ ଏହି କଥା ମଧ ଜାଣିଥିଲେ କଂସ ମାମୁଁ ତାଙ୍କୁ ବାରମ୍ବାର ମାରିବାକୁ ଚାହୁଁଥିଲେ, ତଥାପି ସେ ଶାନ୍ତ ରହି ଉଚିତ ସମୟରେ କଂସଙ୍କର ସମସ୍ତ ଷଡ଼ଯନ୍ତ୍ରର ସାମ୍ନା କରୁଥିଲେ। ଏଥିରେ ଶିଖିବାକୁ ମିଳିଥାଏ କଠିନ ସ୍ବଭାବରେ ମଧ୍ୟ ନିଜର ଶାନ୍ତ ସ୍ବଭାବ ତ୍ୟାଗ କରିବା ଉଚିତ ନୁହେଁ।
ଦ୍ବିତୀୟ ମନ୍ତ୍ର: ସାଧାରଣ ଜୀବନ ଯାପନ କରିବା
ଭଗବାନ ଶ୍ରୀକୃଷ୍ଣ ସର୍ବଦା ସାଧାରଣ ଭାବେ ଜୀବନ ବିତାଇବାକୁ ଭଲ ପାଉଥିଲେ। ଗୋପପୁରର ରାଜପ୍ରସାଦରେ ଜନ୍ମ ହୋଇ ମଧ୍ୟ ସେ ଅନ୍ୟ ପିଲାମାନଙ୍କ ସହ ରହି ଖେଳିବାକୁ ଏବଂ ବୁଲିବାକୁ ପସନ୍ଦ କରୁଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କୁ କେବେବି ତାଙ୍କ ରାଜପ୍ରାସାଦର ଗର୍ବ ରହିନଥିଲା।
ନିଶ୍ଚୟ ପଢନ୍ତୁ : ମହାଶିବରାତ୍ରୀ : ଶିବଲିଙ୍ଗ ଉପରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ. . .
ତୃତୀୟ ମନ୍ତ୍ର: କେବେବି ହାର ମାନିବା ଉଚିତ ନୁହେଁ
କେବେବି ଖରାପ ସମୟ ଆସିଲେ ଭଗବାନ ଶ୍ରୀକୃଷ୍ଣଙ୍କର ମନ ବିଚଳିତ ହେଉନଥିଲା। ସେ ଖରାପ ପରିସ୍ଥିତିକୁ ଦୃଢ଼ତାର ସହ ସାମ୍ନା କରୁଥିଲେ। ସେ କହୁଥିଲେ ଖରାପ ସମୟରେ ବିବେକ ଅନୁଯାୟୀ କାମ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣ କେବେବି ହାର ନମାନିବା ଏବଂ ସର୍ବଦା ବିନାଶର ପ୍ରୟାସ କରିବାର ଉପଦେଶ ଦେଉଥିଲେ।
ଚତୁର୍ଥ ମନ୍ତ୍ର: ସଠିକ ବନ୍ଧୁତ୍ବ ରଖିବା
ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କର ବନ୍ଧୁତ୍ବ ବିଷୟରେ ସମସ୍ତେ ଜାଣନ୍ତି। ଏହି ବନ୍ଧୁତ୍ବ ଦୁଇଜଣଙ୍କର କେବଳ ଭଲପାଇବା କାରଣରୁ ନୁହେଁ ବରଂ ଜଣେ ଅନ୍ୟ ଜଣଙ୍କ ପ୍ରତି ସମ୍ମାନ ଏବଂ ଆଦର ଥିବାରୁ ପ୍ରସିଦ୍ଧ ହୋଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଧୁତ୍ବର ପ୍ରକୃତ ଅର୍ଥ କେହି ଜାଣନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ ସର୍ବଦା ତାଙ୍କର ମିତ୍ର ସୁଦାମା ଏବଂ ଅର୍ଜୁନଙ୍କର ସାଥ୍ ଦେଉଥିଲେ।
ପଞ୍ଚମ ମନ୍ତ୍ର: ମାତା-ପିତାଙ୍କର ସର୍ବଦା ଆଦର କରିବା
ଭଗବାନ ଶ୍ରୀକୃଷ୍ଣଙ୍କୁ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କର ଲାଳନ-ପାଳନ ଦାୟିତ୍ବ ମାତା ଯଶୋଦା ଏବଂ ନନ୍ଦରାଜା ଗୋକୁଳରେ କରିଥିଲେ। ସେ ମଧ୍ୟ ଜାଣିଥିଲେ ସେ ତାଙ୍କ ମାତା-ପିତାଙ୍କ ଠାରୁ ଦୂରରେ ଅଛନ୍ତି। ଭଗବାନ ଶ୍ରୀକୃଷ୍ଣ ମାତା ଯଶୋଦା ଏବଂ ନନ୍ଦରାଜାଙ୍କୁ ବହୁତ ଭଲପାଇବା ସହ ସମ୍ମାନ ଆଦର ମଧ୍ୟ କରୁଥିଲେ।