ଫିଲ୍ମ ଅଭିନେତା ସଞ୍ଜୟ ବତ୍ରାଙ୍କ ବିରୋଧରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ମାମଲା ରୁଜୁ ହୋଇଛି। ଅଭିନେତାଙ୍କ ପତ୍ନୀ ହିଁ ତାଙ୍କ ବିରୋଧରେ ଅପ୍ରାକୃତିକ ଓ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିବା ନେଇ ଅଭିଯୋଗ କରି କବୀର ନଗର ଥାନାରେ କେସ୍ କରିଛନ୍ତି। ପୋଲିସ ସଞ୍ଜୟ ବତ୍ରାଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୨୩, ୫୦୬ ଓ ୩୭୭ ଅନୁଯାୟୀ ମାମଲା ରୁଜୁ କରିଛି।
ଥାନାର ଟିଆଇ ଲକ୍ଷ୍ମୀ ଜୟସବାଲ ଏନେଇ ସୂଚନା ଦେବା ଅବସରରେ କହିଛନ୍ତି, ସଞ୍ଜୟ ବତ୍ରା ୨୦୧୯ରେ ପୀଡ଼ିତାଙ୍କୁ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ତା’ପରଠୁ ଉଭୟେ ଏକାଠି ମୁମ୍ବାଇରେ ରହୁଥିଲେ। ସଞ୍ଜୟଙ୍କ ପତ୍ନୀ ତାଙ୍କ ବିରୋଧରେ ମାରପିଟ୍ କରିବା ଓ ଗାଳିଗୁଲଜ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏବେ ସଞ୍ଜୟଙ୍କୁ ଖୋଜୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ସଞ୍ଜୟ ବତ୍ରା ବାଳିକା ବଧୂ, ଅନ୍ଦାଜ ଅପନା ଅପନା, ମେଲା ଭଳି ଟିଭି ସିରିୟଲ ଓ ଫିଲ୍ମରେ କାମ କରିଛନ୍ତି। ଏଥିସହ ସେ କେତେକ ୱେବ୍ ସିରିଜ୍ରେ ମଧ୍ୟ କାମ କରିଛନ୍ତି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…