Below header

ଅଭିନେତା ସଞ୍ଜୟ ବତ୍ରଙ୍କା ବିରୋଧରେ ମାମଲା ରୁଜୁ କଲେ ପତ୍ନୀ, ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିବା ଅଭିଯୋଗ

ଫିଲ୍ମ ଅଭିନେତା ସଞ୍ଜୟ ବତ୍ରାଙ୍କ ବିରୋଧରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ମାମଲା ରୁଜୁ ହୋଇଛି। ଅଭିନେତାଙ୍କ ପତ୍ନୀ ହିଁ ତାଙ୍କ ବିରୋଧରେ ଅପ୍ରାକୃତିକ ଓ ଜବରଦସ୍ତି ଶାରୀରିକ ସମ୍ବନ୍ଧ ରଖିବା ନେଇ ଅଭିଯୋଗ କରି କବୀର ନଗର ଥାନାରେ କେସ୍‌ କରିଛନ୍ତି। ପୋଲିସ ସଞ୍ଜୟ ବତ୍ରାଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୨୩, ୫୦୬ ଓ ୩୭୭ ଅନୁଯାୟୀ ମାମଲା ରୁଜୁ କରିଛି।

ଥାନାର ଟିଆଇ ଲକ୍ଷ୍ମୀ ଜୟସବାଲ ଏନେଇ ସୂଚନା ଦେବା ଅବସରରେ କହିଛନ୍ତି, ସଞ୍ଜୟ ବତ୍ରା ୨୦୧୯ରେ ପୀଡ଼ିତାଙ୍କୁ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ତା’ପରଠୁ ଉଭୟେ ଏକାଠି ମୁମ୍ବାଇରେ ରହୁଥିଲେ। ସଞ୍ଜୟଙ୍କ ପତ୍ନୀ ତାଙ୍କ ବିରୋଧରେ ମାରପିଟ୍‌ କରିବା ଓ ଗାଳିଗୁଲଜ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏବେ ସଞ୍ଜୟଙ୍କୁ ଖୋଜୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ସଞ୍ଜୟ ବତ୍ରା ବାଳିକା ବଧୂ, ଅନ୍ଦାଜ ଅପନା ଅପନା, ମେଲା ଭଳି ଟିଭି ସିରିୟଲ ଓ ଫିଲ୍ମରେ କାମ କରିଛନ୍ତି। ଏଥିସହ ସେ କେତେକ ୱେବ୍‌ ସିରିଜ୍‌ରେ ମଧ୍ୟ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.