ଭଦ୍ରକ-ଚାନ୍ଦବାଲି ନାଲଗୁଣ୍ଡା ଛକ ଠାରେ ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ

ଚାନ୍ଦବାଲି(କେନ୍ୟୁଜ୍): ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ। ଘଟଣା ଘଟିଛି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡା ଛକ ନିକଟରେ । ସୂଚନା ମୁତାବକ ଭାଟପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳବିନ୍ଧା ଗ୍ରାମର ୩୪ ବର୍ଷୀୟ ମଦନ ରାଉଳ ଆଳୁ ବୋଝେଇ ଟ୍ରକ(WB 33 E 4880)ରେ ହେଲାପର ଭାବେ କାମ କରୁଥିଲେ। କଲିକତାରୁ ଗାଡିଟି ଆଳୁନେଇ ଚାନ୍ଦବାଲି ଅଭିମୁଖେ ଆସୁଥିଲା । ଖେରଙ୍ଗ ବଜାରରେ ଆଳୁ ଅନଲୋଡ଼ କରିସାରିବା ପରେ ମଦନ ଉକ୍ତ ଟ୍ରକ ଡାଲାରେ ବସିଥିଲେ ।
ନାଲଗୁଣ୍ଡା ବଜାରର କିଛି ଦୂରରୁ ଟ୍ରକ ଡ୍ରାଇଭର ବ୍ରେକ ମାରିବାରୁ ଆଳୁ ବସ୍ତା ଗୁଡିକ ଗଡ଼ି ପଡିଥିଲା ଏବଂ ପଛ ଡାଲା ଖୋଲାଥିବାରୁ ପଛରେ ବସିଥିବା ମଦନ ରାସ୍ତାକୁ ଗଳିପଡିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମଦନକୁ ସ୍ଥାନୀୟ ଦମକଳ ଗାଡ଼ିରେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଦିଗଛିଆ ବଜାରରେ ଗାଡ଼ି ରଖି ଫେରାର ହୋଇଥିବା ଜଣାପଡିଛି । ମତୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।