ଭାରତୀୟ ସେନାରେ ନିଯୁକ୍ତି ଜାରି, ଦଶମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଦେଶମାତୃକାର ସେବା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍‌ ଆର୍ମିରେ ଆରମ୍ଭ ହୋଇଛି ନିଯୁକ୍ତି। ଭାରତୀୟ ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବକ ଏଥିପାଇଁ ଆବେଦନ କରିପାରିବେ। ଗୟାର ଅଫିସର୍ସ ଟ୍ରେନିଂ ଏକାଡେମୀରେ ଖାଲି ପଡ଼ିଛି ଅନେକ ପଦବୀ। ଏଥିପାଇଁ ଆବେଦନ ପ୍ରକ୍ରିୟା ୨୦ ଡିସେମ୍ବର,୨୦୨୦ରୁ ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ବନ୍ଧରେ ସମସ୍ତ ବିବରଣୀ…

ପଦ ବିବରଣୀ:

ଗ୍ରାଉଣ୍ଡସ୍‌ମ୍ୟାନ୍‌, ବଢ଼େଇ, ସିନେମା ପ୍ରୋଜେକ୍ସନିଷ୍ଟ, ସିଏମ୍‌ଡି, ରୋଷେୟା, ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ, ଲାଇବ୍ରେରୀ ଆଟେଣ୍ଡାଣ୍ଟ, ଚୌକିଦାର, ଗାର୍ଡେନର, ମ୍ୟାନେଜର, ସଫେଇ କର୍ମୀ ଇତ୍ୟାଦି।

ଆବେଦନ ଆରମ୍ଭ– ୨୦ ଡିସେମ୍ବର, ୨୦୨୦

ଆବେଦନ ଶେଷ– ୦୨ ଫେବ୍ରୁଆରୀ,୨୦୨୦

ଶିକ୍ଷାଗତ ଯୋଗ୍ୟତା: ଦଶମ, +୨ ପାସ୍‌

ବୟସ ସୀମା: ୧୮ରୁ ୨୭ ବର୍ଷ

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ joinindianarmy.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ଏହି କୋର୍ସ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଫିଜିକାଲ ଏଲିବିଲିଟି ଟେଷ୍ଟ (PET), ଇଣ୍ଟରଭ୍ୟୁ ଓ ମେଡିକାଲ ପରୀକ୍ଷା ଆଧାରରେ ହେବ।

ଅଫିସିଆଲ ସୂଚନା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

ଅନ୍‌ଲାଇନ୍‌ରେ ଆବେଦଦ କରିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।