ଗ୍ୟାଲେରୀ ଉପରେ ବସି ବୁମରାହ ବୁମରାହ ଚିଲାଇଲେ କୁନି ଫ୍ୟାନ୍‌, ତାପରେ କ୍ରିକେଟର ଦେଲେ ଏମିତି ରିଆକସନ୍‌

ଭାରତ ଏବଂ ଅଷ୍ଟ୍ରେଲିୟା ଭିତରେ ହେଉଥିବା ପ୍ରଥମ ଟେଷ୍ଟ ମୁକାବିଲାରେ ଜଣେ ଛୋଟ ଶିଶୁ ଏମିତି କିଛି କରିଦେଇଛି,ଯାହାପରେ ସମସ୍ତଙ୍କ ନଜର ଯାଇ ସେହି ପିଲା ଉପରେ। ପିଲାଟିକୁ ଯିଏ ଦେଖିଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଏଡିଲେଡ୍‌ ଟେଷ୍ଟ ସମୟରେ ଜଣେ କ୍ୟୁଟ ଫ୍ୟାନ୍‌ ଟିମ୍‌ ଇଣ୍ଡିଆର ଧୃତ ବଲର୍‌ ଜସପ୍ରୀତ ବୁମରାହଙ୍କୁ ଚିଲାଇ ଚିଲାଇ ଡାକିଲା। ଏହି ଭିଡିଓକୁ ଭାରତ ଆର୍ମି ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି। ଭାରତ ଆର୍ମି ହେଉଛି ଭାରତୀୟ କ୍ରିକେଟ ଟିମର ଫ୍ୟାନ୍‌ ପେଜ୍‌ ଅଟେ।

ଭାରତ ଆର୍ମି ନିଜର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଛୋଟ ପିଲାଟି ଜୋରରେ ପାଟି କରି ବୁମରାହଙ୍କୁ ଉତ୍ସାହିତ କରୁଛି। ଭିଡିଓରେ ଏହି ଛୋଟ ଫ୍ୟାନ୍‌ ଜଣଙ୍କ ନିଜ ପ୍ରିୟ କ୍ରିକେଟରକୁ ସମର୍ଥନ କରି ‘ବୁମରାହହ ବୁମରାହହହ’ କହୁଥିବାର ଦେଖିବାକୁ ମିଳୁଛି।

ଏହି ଛୋଟ ଫ୍ୟାନ୍‌ ଜଣଙ୍କ ଯେମିତି ଭାବରେ ନିଜ ପ୍ରିୟର କ୍ରିକେଟରଙ୍କୁ ଡାକୁଛି, ତାକୁ ଦେଖିଲେ ଆପଣଙ୍କ ହସକୁ ଆଦୌ ବି ଅଟକାଇ ପାରିବେନି। ପିଲାଟିର ଡାକିବାର ଜବରଦସ୍ତ ଅନ୍ଦାଜ ଆପଣଙ୍କୁ ନିହାତି ଭାବରେ ଦିଓ୍ଵାନା ବନାଇଦେବ। ଏହି ଭିଡିଓକୁ ଭାରତ ଆର୍ମି ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି।

Leave A Reply

Your email address will not be published.