ରାଜ୍ୟ

ଭଦ୍ରକ-ଚାନ୍ଦବାଲି ନାଲଗୁଣ୍ଡା ଛକ ଠାରେ ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ

ଚାନ୍ଦବାଲି(କେନ୍ୟୁଜ୍):  ଆଳୁ ବୋଝେଇ ଟ୍ରକରୁ ଖସି ପଡି ହେଲପର ମୃତ। ଘଟଣା  ଘଟିଛି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡା ଛକ ନିକଟରେ । ସୂଚନା ମୁତାବକ ଭାଟପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳବିନ୍ଧା ଗ୍ରାମର ୩୪ ବର୍ଷୀୟ ମଦନ ରାଉଳ ଆଳୁ ବୋଝେଇ ଟ୍ରକ(WB 33 E 4880)ରେ ହେଲାପର ଭାବେ କାମ କରୁଥିଲେ। କଲିକତାରୁ ଗାଡିଟି ଆଳୁନେଇ ଚାନ୍ଦବାଲି ଅଭିମୁଖେ ଆସୁଥିଲା । ଖେରଙ୍ଗ ବଜାରରେ ଆଳୁ ଅନଲୋଡ଼ କରିସାରିବା ପରେ ମଦନ ଉକ୍ତ ଟ୍ରକ ଡାଲାରେ  ବସିଥିଲେ ।

ନାଲଗୁଣ୍ଡା ବଜାରର କିଛି ଦୂରରୁ ଟ୍ରକ ଡ୍ରାଇଭର ବ୍ରେକ ମାରିବାରୁ ଆଳୁ ବସ୍ତା ଗୁଡିକ ଗଡ଼ି ପଡିଥିଲା ଏବଂ ପଛ ଡାଲା ଖୋଲାଥିବାରୁ ପଛରେ ବସିଥିବା ମଦନ ରାସ୍ତାକୁ ଗଳିପଡିଥିଲେ ।  ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।  ମଦନକୁ ସ୍ଥାନୀୟ ଦମକଳ ଗାଡ଼ିରେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଦୁର୍ଘଟଣା ଘଟିବା ପରେ  ଟ୍ରକ ଡ୍ରାଇଭର ଦିଗଛିଆ ବଜାରରେ ଗାଡ଼ି ରଖି ଫେରାର ହୋଇଥିବା ଜଣାପଡିଛି । ମତୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago