ମନୋରଂଜନ

ସବୁଜ ଶାଢି, ମଥାରେ ସିନ୍ଦୁର…‘ପୁଷ୍ପା ୨’ରୁ ରିଲିଜ୍‌ ହେଲା ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍‌

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା ୨: ଦି ରୁଲ୍‌’ ଅନ୍ୟତମ । ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଏହି ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି । ‘ପୁଷ୍ପା ୨’ ରିଲିଜକୁ ଲୋକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି ।

ଫିଲ୍ମର ନିର୍ମାତା ଏପ୍ରିଲ ୮ରେ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ଏହାର ପ୍ରଥମ ଟିଜର ରିଲିଜ୍ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପୂର୍ବରୁ ନ୍ୟାସନାଲ୍‌ କ୍ରସ୍‌ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନରେ ଶ୍ରୀବଲ୍ଲିଙ୍କ ପ୍ରଶଂସକମାନଙ୍କୁ ସରପ୍ରାଇଜ୍‌ ମିଳିଛି । ସୋସିଆଲ ମିଡିଆରେ ‘ପୁଷ୍ପା ୨’ରୁ ରଶ୍ମିକାଙ୍କ ପ୍ରଥମ ଲୁକ୍ ସେୟାର କରାଯାଇଛି । ଶ୍ରୀବଲ୍ଲିଙ୍କ ଏହି ଧାକଡ଼ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି ।

‘ପୁଷ୍ପା ୨’ର ଏହି ପୋଷ୍ଟରରେ ରଶ୍ମିକା ଶ୍ରୀବଲ୍ଲି ଚରିତ୍ରରେ ବହୁତ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି । ସେ ସବୁଜ ରଙ୍ଗର ଶାଢି, ମଥାରେ ସିନ୍ଦୁର, ହାତରେ ସବୁଜ-ନାଲି ରଙ୍ଗର ଚୁଡ଼ି ପିନ୍ଧିଥିବାର ଦେଖାଯାଉଛନ୍ତି । ସେପଟେ କମରବନ୍ଦ, ନାକରେ ନୋଥ, ଗଳାରେ ମଙ୍ଗଳସୂତ୍ର ସହିତ ହାର ପିନ୍ଧି ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଭିନେତ୍ରୀ ନାଲି ଟିକିଲି, ଆଖିରେ କାଜଲ, ନ୍ୟୁଡ୍‌ ଲିପଷ୍ଟିକ୍ ସହ କେଶରେ ଜୁଡ଼ା ବାନ୍ଧି ଏହି ଲୁକ୍‌କୁ କମ୍ପ୍ଲିଟ୍‌ କରିଛନ୍ତି ।

ଫିଲ୍ମର ପୋଷ୍ଟର ସହିତ ଟିଜର ରିଲିଜ୍‌କୁ ନେଇ ପୁଣି ଥରେ ଘୋଷଣା କରାଯାଇଛି, ଯାହା ଏପ୍ରିଲ ୮ରେ ରିଲିଜ୍‌ ହେବାର ଅଛି । ଏହାପୂର୍ବରୁ ନିର୍ମାତାମାନେ ‘ପୁଷ୍ପା ୨’ର OTT ରିଲିଜ୍ ମଧ୍ୟ ଘୋଷଣା କରିଥିଲେ । ବହୁତ ଜଲ୍‌ଦି ଏହି ଫିଲ୍ମ ନେଟଫ୍ଲିକ୍ସରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଦେଖିବାକୁ ମିଳିବ ।

ନିର୍ଦ୍ଦେଶକ ସୁକୁମାରଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ଫିଲ୍ମର ସିକ୍ୱେଲ ‘ପୁଷ୍ପା ୨: ଦି ରୁଲ୍‌’ରେ ନିଜ ନିଜର ଭୂମିକାରେ ଦେଖିବାକୁ ମିଳିବେ ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

5 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

30 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

34 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

37 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

43 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

55 mins ago