ସବୁଜ ଶାଢି, ମଥାରେ ସିନ୍ଦୁର…‘ପୁଷ୍ପା ୨’ରୁ ରିଲିଜ୍ ହେଲା ଶ୍ରୀବଲ୍ଲିଙ୍କ ପ୍ରଥମ ଲୁକ୍
୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା ୨: ଦି ରୁଲ୍’ ଅନ୍ୟତମ । ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଏହି ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି ।

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ‘ପୁଷ୍ପା ୨: ଦି ରୁଲ୍’ ଅନ୍ୟତମ । ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ପୁଣି ଥରେ ଏହି ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି । ‘ପୁଷ୍ପା ୨’ ରିଲିଜକୁ ଲୋକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି ।
ଫିଲ୍ମର ନିର୍ମାତା ଏପ୍ରିଲ ୮ରେ ଅଲୁ ଅର୍ଜୁନଙ୍କ ଜନ୍ମଦିନରେ ଏହାର ପ୍ରଥମ ଟିଜର ରିଲିଜ୍ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏଥିପୂର୍ବରୁ ନ୍ୟାସନାଲ୍ କ୍ରସ୍ ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନରେ ଶ୍ରୀବଲ୍ଲିଙ୍କ ପ୍ରଶଂସକମାନଙ୍କୁ ସରପ୍ରାଇଜ୍ ମିଳିଛି । ସୋସିଆଲ ମିଡିଆରେ ‘ପୁଷ୍ପା ୨’ରୁ ରଶ୍ମିକାଙ୍କ ପ୍ରଥମ ଲୁକ୍ ସେୟାର କରାଯାଇଛି । ଶ୍ରୀବଲ୍ଲିଙ୍କ ଏହି ଧାକଡ଼ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି ।
‘ପୁଷ୍ପା ୨’ର ଏହି ପୋଷ୍ଟରରେ ରଶ୍ମିକା ଶ୍ରୀବଲ୍ଲି ଚରିତ୍ରରେ ବହୁତ ଦମ୍ଦାର ଲୁକ୍ରେ ନଜର ଆସିଛନ୍ତି । ସେ ସବୁଜ ରଙ୍ଗର ଶାଢି, ମଥାରେ ସିନ୍ଦୁର, ହାତରେ ସବୁଜ-ନାଲି ରଙ୍ଗର ଚୁଡ଼ି ପିନ୍ଧିଥିବାର ଦେଖାଯାଉଛନ୍ତି । ସେପଟେ କମରବନ୍ଦ, ନାକରେ ନୋଥ, ଗଳାରେ ମଙ୍ଗଳସୂତ୍ର ସହିତ ହାର ପିନ୍ଧି ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଅଭିନେତ୍ରୀ ନାଲି ଟିକିଲି, ଆଖିରେ କାଜଲ, ନ୍ୟୁଡ୍ ଲିପଷ୍ଟିକ୍ ସହ କେଶରେ ଜୁଡ଼ା ବାନ୍ଧି ଏହି ଲୁକ୍କୁ କମ୍ପ୍ଲିଟ୍ କରିଛନ୍ତି ।
ଫିଲ୍ମର ପୋଷ୍ଟର ସହିତ ଟିଜର ରିଲିଜ୍କୁ ନେଇ ପୁଣି ଥରେ ଘୋଷଣା କରାଯାଇଛି, ଯାହା ଏପ୍ରିଲ ୮ରେ ରିଲିଜ୍ ହେବାର ଅଛି । ଏହାପୂର୍ବରୁ ନିର୍ମାତାମାନେ ‘ପୁଷ୍ପା ୨’ର OTT ରିଲିଜ୍ ମଧ୍ୟ ଘୋଷଣା କରିଥିଲେ । ବହୁତ ଜଲ୍ଦି ଏହି ଫିଲ୍ମ ନେଟଫ୍ଲିକ୍ସରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ଦେଖିବାକୁ ମିଳିବ ।
ନିର୍ଦ୍ଦେଶକ ସୁକୁମାରଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହଦ ଫାସିଲ ଫିଲ୍ମର ସିକ୍ୱେଲ ‘ପୁଷ୍ପା ୨: ଦି ରୁଲ୍’ରେ ନିଜ ନିଜର ଭୂମିକାରେ ଦେଖିବାକୁ ମିଳିବେ ।