ଖୁବ୍ ଶୀଘ୍ର ଆପଲ୍ ଆଣିବାକୁ ଯାଉଛି ମୋବାଇଲ ରୋବଟ୍, କରିବ ସମସ୍ତ ଘର କାମ

ଆପଲ୍ ଖୁବ୍ ଶୀଘ୍ର ଏହାର ଫ୍ୟାନ୍ସଙ୍କ ପାଇଁ ଆଉ ଏକ ନୂତନ ପ୍ରଡକ୍ଟ ଆଣିବାକୁ ଯାଉଛି । କମ୍ପାନୀ ଖୁବ ଶୀଘ୍ର ଏହାର ପ୍ରଥମ ପର୍ସନାଲ ରୋବଟ୍ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆପଲ୍ ଏବେ ଏହି ମୋବାଇଲ୍ ରୋବଟ୍ ଉପରେ କାମ ଆରମ୍ଭ କରିଛି ।

ଏବେ ଆଉ ଘରେ ରହିବେନି ଚାକର ଚାକରାଣୀ କାରଣ ଏଣିକି ଘରର ସବୁ କାମ କରିବ ରୋବଟ୍‌ । ଏବେ ପ୍ରତ୍ୟେକ ଘରେ ରହିବେ ରୋବଟ୍‌ । ଖୁବଶୀଘ୍ର ଏନେଇ ସଫ୍ଟୱେୟାର କମ୍ପାନୀ ଆପଲ୍‌ ଏକ ପ୍ଲାନ ପ୍ରସ୍ତୁତ କରୁଛି । ଆଗାମୀ କିଛି ଦିନ ମଧ୍ୟରେ ସମଗ୍ର ବିଶ୍ୱ ଏକ ନୂତନ ଉଦ୍ଭାବନ ଦେଖିବ ବୋଲି ମାର୍କ ଗୁରମନ୍‌ କହିଛନ୍ତି । ଜଣେ ମଣିଷ ଘରେ ଯେଉଁସବୁ କାମ କରେ, ଆଗାମୀ ଦିନରେ ତାହା ରୋବଟ କରିବ ବୋଲି ପ୍ଲାନ ପ୍ରସ୍ତୁତ କରୁଛି ଆପଲ୍‌ ।

ଆପଲ୍ ଏହାର ଆଇଫୋନ୍ ସହିତ ଇନୋଭେସନ ପାଇଁ ମଧ୍ୟ ବେଶ ଜଣାଶୁଣା । ଆମେରିକୀୟ ଟେକ୍ କମ୍ପାନୀ ଆପଲ୍ ଦୁନିଆର ସବୁଠାରୁ ପ୍ରିୟ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆପଲ୍ ପ୍ରଡକ୍ଟଗୁଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଆପଲ୍ ଖୁବ୍ ଶୀଘ୍ର ଏହାର ଫ୍ୟାନ୍ସଙ୍କ ପାଇଁ ଆଉ ଏକ ନୂତନ ପ୍ରଡକ୍ଟ ଆଣିବାକୁ ଯାଉଛି । କମ୍ପାନୀ ଖୁବ ଶୀଘ୍ର ଏହାର ପ୍ରଥମ ପର୍ସନାଲ ରୋବଟ୍ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଆପଲ୍ ଏବେ ଏହି ମୋବାଇଲ୍ ରୋବଟ୍ ଉପରେ କାମ ଆରମ୍ଭ କରିଛି ।

ମାର୍କ ଗୁରମନ୍‌ଙ୍କ କହିବାନୁଯାୟୀ, ଏହି ରୋବଟ୍‌ରେ ଅନେକ ଫିଚର୍‌ ରହିବ । ଯେପରିକି ମୋବାଇଲ୍‌ରେ ଭିଡିଓ କଲ୍‌ କରିବା ଆଦି । ବର୍ତ୍ତମାନ ସମୟରେ ଆପଲ୍‌ ଏହା ଉପରେ ଗବେଷଣା ଜାରି ରଖିଛି । ମୁଖ୍ୟତଃ ଘର କାମରେ ରୋବଟ୍‌ କିପରି ସାହାଯ୍ୟ କରିବ, ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଯେପରି ବାସନ ଧୋଇବା, ଘର ପରିଷ୍କାର କରିବା । ରୋବୋଟିକ୍ସ ପ୍ରୋଜେକ୍ଟଟି ଆପଲ୍‌ର ହାର୍ଡୱେୟାର ଇଞ୍ଜିନିୟର ବିଭାଗର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍‌ ଲର୍ଣ୍ଣିକୁ ତଦାରଖ କରୁଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଆପଲର ଏହି ମୋବାଇଲ୍ ରୋବଟ୍ ଅନେକ ଘରୋଇ କାର୍ଯ୍ୟ କରିବା ସହ ନିଜ ୟୁଜର୍ସଙ୍କୁ ଫଲୋ ମଧ୍ୟ କରିବ । ନିଜ ୟୁଜରମାନଙ୍କୁ ଏକ ନୂତନ ଅଭିଜ୍ଞତା ଦେବା ପାଇଁ ଆପଲ୍ ଏହି ରୋବଟ ଉପରେ କାମ କରୁଛି । ଆପଲର ଏହି ମୋବାଇଲ୍ ରୋବଟ୍ କମ୍ପାନୀ ପାଇଁ ପରବର୍ତ୍ତୀ ମାଇଲଷ୍ଟୋନ ବୋଲି ପ୍ରମାଣିତ ହୋଇପାରିବ । ଅବଶ୍ୟ, ଆପଲର ଏହି ରୋବଟ୍ ପ୍ରୋଜେକ୍ଟ ବର୍ତ୍ତମାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଏହି ପ୍ରୋଜେକ୍ଟ ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ ।

ଏବେ ଏହି ମୋବାଇଲ୍ ରୋବଟର ହାର୍ଡୱେର୍ ଉପରେ କାମ ଚାଲିଛି । ଆପଲର ଏହି ମୋବାଇଲ୍ ରୋବଟ୍ ମଧ୍ୟ ୟୁଜର୍ସଙ୍କୁ ମିମିକ୍ରି ଏବଂ କପି ମଧ୍ୟ କରିପାରିବ । କେବଳ ଏତିକି ନୁହେଁ, ଆପଲର ଏହି ମୋବାଇଲ୍ ରୋବଟ୍ ମଧ୍ୟ ଆପଣଙ୍କ ଘରର ଛୋଟ ଏବଂ ବଡ କାର୍ଯ୍ୟଗୁଡ଼ିକୁ ଅତି ସହଜରେ କରିବ । ଆପଲ୍ ବ୍ୟତୀତ ଏଲୋନ୍ ମସ୍କ ମଧ୍ୟ ତାଙ୍କ ଅପ୍ଟିମସ୍ ରୋବଟ୍ ଉପରେ କାମ କରୁଛନ୍ତି । ମସ୍କ ମଧ୍ୟ ଶୀଘ୍ର ଏହି ରୋବଟ୍ ଖୁବ ଲଞ୍ଚ କରିପାରନ୍ତି । ଏହି ରୋବଟ୍ ବ୍ୟତୀତ ଆପଲ୍ ମାର୍କେଟରେ ଅନ୍ୟାନ୍ୟ କୁଲ୍ ଗ୍ୟାଜେଟ୍ ଲଞ୍ଚ କରିପାରିବ । ରିପୋର୍ଟ ଅନୁଯାୟୀ, ସ୍ମାର୍ଟ ଚଷମା ଏବଂ ଫ୍ୟାନ୍ସି ଏୟାରପୋଡ୍ ଲଞ୍ଚ କରିବାକୁ ମଧ୍ୟ କମ୍ପାନୀ ପ୍ରସ୍ତୁତ ହେଉଛି ।

ରିପୋର୍ଟ ଅନୁଯାୟୀ ଏହି ରୋବଟ୍ ପ୍ରୋଜେକ୍ଟ ପଛରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିଛି । ତେବେ ଆପଲ୍‌ ରୋବଟ୍‌ ଗୁଡ଼ିକ ଆଗାମୀ ଦିନରେ ଘରୋଇ ଉପକରଣରେ ପରିଣତ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଯଦି ଏହି ରୋବଟ୍‌ ସଫଳତାର ସହ ଲଞ୍ଚ ହେଲା ତେବେ ଆଗାମୀ ଦିନରେ ଏହାର ଅଭିଜ୍ଞାତା ଅତ୍ୟନ୍ତ ରୋମାଞ୍ଚକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.