Below header

ରାସ୍ତାରେ ଯାଉ ଯାଉ ହଠାତ ସ୍କୁଟି ଚଢ଼ାଳିଙ୍କ ଉପରକୁ ମାଡ଼ିଗଲା ଷଣ୍ଢ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ରାସ୍ତାରେ ଯାଉ ଯାଉ ହଠାତ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଷଣ୍ଢ । ଷଣ୍ଢଙ୍କ ଆକ୍ରମଣରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଆପଣମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ସମୟରେ ସାବଧାନ ରୁହନ୍ତୁ ନଚେତ ଆପଣ ବି ଷଣ୍ଢ ଆକ୍ରମଣର ଶିକାର ହୋଇପାରନ୍ତି ।

ବଢ଼ିଚାଲିଛି ଷଣ୍ଢଙ୍କ ଉତ୍ପାତ । ରାସ୍ତାରେ ଯାଉ ଯାଉ ହଠାତ ଲୋକଙ୍କୁ ଆକ୍ରମଣ କରୁଛନ୍ତି ଷଣ୍ଢ । ଷଣ୍ଢଙ୍କ ଆକ୍ରମଣରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଆପଣମାନେ ରାସ୍ତାରେ ଗାଡ଼ି ଚଳାଇ ଯିବା ସମୟରେ ସାବଧାନ ରୁହନ୍ତୁ ନଚେତ ଆପଣ ବି ଷଣ୍ଢ ଆକ୍ରମଣର ଶିକାର ହୋଇପାରନ୍ତି । କାରଣ ଏମିତି କିଛି ଘଟଣା ନିକଟରେ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି । ଏଠାରେ ରାସ୍ତାରେ ଯାଉଥିବା ଏକ ଷଣ୍ଢ ହଠାତ ସ୍କୁଟିରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଛି ।

ବ୍ୟକ୍ତି ଜଣଙ୍କ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ । ଷଣ୍ଢ ଆକ୍ରମଣରେ ବ୍ୟକ୍ତି ଜଣଙ୍କ ସ୍କୁଟିରୁ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ଗାଡ଼ି ମଧ୍ୟ ଆସୁଥିଲା । କିନ୍ତୁ ସେହି ଗାଡ଼ିର ଡ୍ରାଇଭର ଠିକ୍‌ ସମୟରେ ବ୍ରେକ୍‌ ଲଗାଇବାରୁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା । ଏହି ଘଟଣାର ଭିଡିଓ ମନୋଜ ଶର୍ମା ନାମକ ଜଣେ ୟୁଜର ନିଜ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

କହି ରଖିବାକୁ ଚାହିଁବୁ ଯେ ଷଷ୍ଢଟି ହୁଏତ ମହିଳାଙ୍କ ଲାଲ କପଡ଼ା ଦେଖି ରାଗି ଯାଇଥିଲା ଏବଂ ହଠାତ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା । ବ୍ୟକ୍ତିଙ୍କର କିଛି ହୋଇନଥିଲା ସତ । କିନ୍ତୁ ସାମ୍ନାରୁ ଆସୁଥିବା ଗାଡ଼ିର ଡ୍ରାଇଭର ଯଦି ଠିକ୍‌ ସମୟରେ ବ୍ରେକ୍‌ ନଲଗାଇ ଥାଆନ୍ତେ । ତେବେ ବ୍ୟକ୍ତିଙ୍କ ଜୀବନ ନିଶ୍ଚିତ ଯାଇଥାନ୍ତା । ତେବେ ଆପଣ ଯେତେବେଳେ ରାସ୍ତାରେ ଯାଉଛନ୍ତି ଯଥେଷ୍ଟ ସତର୍କ ରୁହନ୍ତୁ । କାରଣ ଏ ଜୀବଜନ୍ତୁମାନେ କେତେବେତେ ଯେ ଆକ୍ରମଣାତ୍ମକ ହୋଇ ଆପଣଙ୍କୁ ଆକ୍ରମଣ କରିବେ ତାହା ଠିକ୍‌ ନାହିଁ । ତେଣୁ ଆପଣମାନେ ରାସ୍ତାରେ ଯିବା ସମୟରେ ହେଲମେଟ ପିନ୍ଧିବା ସହ ଅନ୍ୟମନଷ୍କ ନ ହୋଇ ଗାଡ଼ି ଚଳାନ୍ତୁ, ମୋବାଇଲରେ କଥା ହେବା ଠାରୁ ଦୂରେଇ ରୁହନ୍ତୁ । ଏଭଳି କରି ଆପଣ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.