ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ପିଲାଟି ରହିବ ହେଲଦି ଏବଂ ଫିଟ୍‌

ଗର୍ଭାବସ୍ଥାରେ ଡାକ୍ତରମାନେ ମହିଳାଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଆପଣଙ୍କ ସ୍ୱାସ୍ଥ୍ୟ ବ୍ୟତୀତ ଶିଶୁର ସଠିକ୍ ବିକାଶକୁ ଧ୍ୟାନରେ ରଖି ଆପଣଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କୁହାଯାଇଥାଏ । ତେଣୁ ଏହା ଜରୁରୀ ଯେ ଆପଣଙ୍କ ଖାଦ୍ୟରେ ଭିଟାମିନ୍, ମିନେରାଲ୍ସ ଏବଂ ହେଲଦି ଫ୍ୟାଟ୍‌ ଅନ୍ତର୍ଭୁକ୍ତ କରିବା ଉଚିତ ।

ଗର୍ଭାବସ୍ଥା ସମସ୍ତ ମହିଳାଙ୍କ ପାଇଁ ବିଶେଷ ଖୁସିର ସମୟ ହୋଇଥାଏ । ଏହି ସମୟରେ ଡାକ୍ତରମାନେ ସେମାନଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଏବଂ ହେଲଦି ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ଗର୍ଭାବସ୍ଥାରେ ଆପଣଙ୍କ ସ୍ୱାସ୍ଥ୍ୟ ବ୍ୟତୀତ ଶିଶୁର ସଠିକ୍ ବିକାଶକୁ ଧ୍ୟାନରେ ରଖି ଆପଣଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କୁହାଯାଇଥାଏ । ତେଣୁ ଏହା ଜରୁରୀ ଯେ ଆପଣଙ୍କ ଖାଦ୍ୟରେ ଭିଟାମିନ୍, ମିନେରାଲ୍ସ ଏବଂ ହେଲଦି ଫ୍ୟାଟ୍‌ ଅନ୍ତର୍ଭୁକ୍ତ କରିବା ଉଚିତ । ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ ଯାହା ପୂରା ୯ ମାସ ପାଇଁ ଶିଶୁର ସଠିକ୍ ବିକାଶରେ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା ଯେ ମହିଳାମାନେ ଗର୍ଭାବସ୍ଥାରେ କେଉଁ ଖାଦ୍ୟକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ? ଯାହା ଫଳରେ ଶିଶୁର ସଠିକ୍‌ ବିକାଶ ହେବ ଏବଂ ଆଗକୁ ଯାଇ କୌଣସି ଅସୁବିଧା ହେବ ନାହିଁ ।

ଜାଣନ୍ତୁ ଗର୍ଭାବସ୍ଥାରେ କ’ଣ ଖାଇବା ଜରୁରୀ ?

ଦୁଗ୍ଧଜାତ ଜିନିଷ : ଗର୍ଭାବସ୍ଥାରେ ଆପଣ ଖାଦ୍ୟରେ ଦୁଗ୍ଧଜାତ ଦ୍ରବ୍ୟ ଅନ୍ତର୍ଭୂକ୍ତ କରିବା ଜରୁରୀ । ଏପରି ଭାବେ ଶରୀରକୁ ସହଜରେ ଭିଟାମିନ୍ ଏବଂ କ୍ୟାଲସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ । ଏହି ପୋଷକ ତତ୍ତ୍ୱ ଗର୍ଭାବସ୍ଥାରେ ଶିଶୁର ବିକାଶରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ପନିର, ଦହି, କ୍ଷୀର, ମଲାଇ ଏବଂ ଚିଜ୍‌ ଅନ୍ତର୍ଭୂକ୍ତ କରିବା ଉଚିତ୍ ।

ସବୁଜ ପନିପରିବା : ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଦ୍ୟରେ ସବୁଜ ପନିପରିବା ଅନ୍ତର୍ଭୂକ୍ତ କରିବା ଉଚିତ । ଆପଣ ନିଜ ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ବ୍ରୋକୋଲି ଅନ୍ତର୍ଭୁକ୍ତ କରନ୍ତୁ । ଶରୀର ସବୁଜ ପନିପରିବାରୁ ଫୋଲେଟ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ A,B6,C ଏବଂ K ପାଇଥାଏ । ଏହା ହେମୋଗ୍ଲୋବିନ୍ ଭଲ କରେ ଏବଂ ହାଡକୁ ହେଲଦି ରଖେ ।

ବିନ୍ସ : ଆପଣ ନିଜ ଖାଦ୍ୟରେ ବିନ୍ସ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଶରୀରକୁ ଆଇରନ୍‌, ପ୍ରୋଟିନ୍, ଫାଇବର ଏବଂ କ୍ୟାଲସିୟମ୍ ଯୋଗାଇଥାଏ । ଏହା ହେଉଛି ପ୍ଲୋଟ ବେଷ୍ଟ ଫୁଡ୍‌ର ଏକ ଭଲ ଉତ୍ସ । ବିନ୍ସ ଖାଇବା ଦ୍ୱାରା ଶରୀର ସହଜରେ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଇଥାଏ ।

ଡ୍ରାଏ ଫ୍ରୁଟ୍ସ : ଗର୍ଭବତୀ ମହିଳାମାନେ ପ୍ରତିଦିନ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ତେବେ ଆପଣ ବାଦାମ, କାଜୁ, ପିସ୍ତା ଏବଂ ଅଖରୋଟ ପରି ଡ୍ରାଏ ଫ୍ରୁଟ ଖାଇବା ଜରୁରୀ । ଯାହା ଫଳରେ ଆପଣଙ୍କ ଶରୀରରେ ଜିଙ୍କ, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଫାଇବରର ଅଭାବ ପୂରଣ ହୋଇପାରିବ । ଏହା ସହ ଶରୀର ଶକ୍ତି ମଧ୍ୟ ପାଇବ ।

ଜାମୁକୋଳି ଓ କନ୍ଦମୂଳ : ଗର୍ଭଧାରଣ ସମୟରେ ଜାମୁକୋଳି ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଜାମୁକୋଳିରେ ଭିଟାମିନ୍ C ଥାଏ ଏବଂ ହେଲଦି କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଉପଲବ୍ଧ ଥାଏ । ଏଥି ସହିତ ଶରୀରରେ ବିଟା କାରୋଟିନ୍‌ର ଅଭାବ କନ୍ଦମୂଳ ଖାଇବା ଦ୍ୱାରା ଦୂର ହୋଇପାରିବ । ଏହା ଶିଶୁର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।

ସଠିକ୍‌ ପରିମାଣରେ ପାଣି ପିଅନ୍ତୁ : ଗର୍ଭବତି ମହିଳାମାନେ ପ୍ରତିଦିନ ଅତି କମରେ ୧୦ ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । ପ୍ରଚୁର ପାଣି ପିଇବା ଶିଶୁର ଚାରିପାଖରେ ଆମନିଓଟିକ୍ ଫ୍ଲୁଇଡ୍ ରଖେ, ଯାହାଫଳରେ ଶିଶୁଟି ମା’ ପେଟରେ ସୁରକ୍ଷିତ ରହିଥାଏ । ଏହି କାରଣରୁ, ହଜମ ମଧ୍ୟ ଠିକ୍ ଭାବେ କରାଇଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ । ତେବେ ସମସ୍ତ ଗର୍ଭବତି ମହିଳାମାନେ ନିଜର ପ୍ରତିଦିନ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିବା ବହୁତ ଜରୁରୀ ହୋଇଥାଏ । ଯାହାଫଳରେ ମା’ ଓ ପିଲା ଏକ ହେଲଦି ଲାଇଫ୍‌ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.