Below header

ବାପାଙ୍କ ବ୍ୟବସାୟ ପାଲଟିଗଲା ଗଣେଶଙ୍କ ଜୀବନ ଜୀବିକା

ଯୋଗୀ ଭାଇ ଦହିବରା ବ୍ୟବସାୟ କରି ପିଲାଙ୍କୁ ପାଠ ପଢ଼ାଇ ମଣିଷ କଲେ । ଯୋଗୀ ଭାଇ ପୁଅ ଗଣେଶ ଭାରି ଭଲ ପିଲା । ଭଲ ପାଠ ପଢି ଉତ୍କଳ ବିଶ୍ୱମହାବିଦ୍ୟାଳୟରୁ ବାଣିଜ୍ୟ ବିଭାଗରେ ଉଚ୍ଚ ସ୍ନାତକତର ଡିଗ୍ରୀ ପଢା ସାରି OAS ପାଇଁ ପ୍ରସ୍ତୁତି କରୁଥିଲେ ।

ଭୁବନେଶ୍ୱର(କେନ୍ୟୁଜ): ଜଣେ ଯୁବକ ଜୀବନରେ କିଛି ଲକ୍ଷ୍ୟ ନେଇ ପାଠ ପଢେ ଆଉ ବଞ୍ଚିବା ପାଇଁ ସଂଘର୍ଷ କରେ । ବେଳେ ବେଳେ ଲକ୍ଷ୍ୟଚ୍ୟୁତ ହୁଏ କୌଣସି କାରଣରୁ ।  ଆଉ ଆଗକୁ ଚାଲେ ବାଟୋଇ ଟିଏ ହୋଇ ପୁଣି ରାସ୍ତା ଅତିକ୍ରମ କରିବା ଲକ୍ଷ୍ୟ। କିଛି ସମୟ ସକାଳ ର ସୂର୍ଯ୍ୟ କିରଣ ଟିକିଏ ଟାଣ ଧରିବାକୁ ବସିଛି । ରାସ୍ତାର ଅଳ୍ପ ଦୂରରେ ଆମେ ଏଣେତେଣେ ନଜର କରୁଥାଉ ଖବର ଉପରେ ନଜର କରିଥାଉ । ହଠାତ ରାସ୍ତା ପାର୍ଶ୍ୱରେ ଗୋଟିଏ ନାଲି ରଙ୍ଗର ଗାଡି ଆସି ରହିଲା । ଦୁଇ ତିନି ଜଣ ଯୁବକ ଗାଡି ଭିତରୁ ବାହାରି ଆସିଲେ । ତାପରେ ଗାଡି କିଛି ଅଂଶ ଖୋଲି ପକାଇଲେ । ଆରେ ଆରେ ଏଠି କଣ ଏମିତି ଭିଡ଼ ଲାଗିଲା । ଏତେ ମାତ୍ରାରେ ଯୁବକ ଯୁବତୀ ବୋଧେ ଜଳଖିଆ ଖାଇବାକୁ ଅପେକ୍ଷା କରିଛନ୍ତି । ତେବେ କଣ ସେ ଖାଇବା ଜାଣିବା ପାଇଁ ଆମେ ଚାଲିଗଲୁ ଦୋକାନ ପାଖକୁ ।

ଦୋକାନଟି ଗୋଟିଏ ଗାଡ଼ିରେ ତିଆରି ହୋଇଥିଲା । ଲାଲ ରଙ୍ଗର ଟାଟା ଗାଡିଟିଏ ତାକୁ ସଜା ସଜି କରା ଯାଇଛି । ଗାଡି ଚାରିପାଖରେ ଗୋଟିଏ ଗୋଟିଏ କବାଟ ଭଳି ବାହାରିଛି । ଗାଡି ଭିତରେ ବଡ଼ ବଡ଼ ହଣ୍ଡା ରହିଛି । ଯେତେବେଳେ ସେ ଯୁବକ ସେସବୁ ହଣ୍ଡା ଉପରୁ ଢାଙ୍କୁଣୀ ବାହାର କଲେ ଦେଖାଗଲା ଗୋଟିଏ ଦୁଇଟି ହଣ୍ଡାରେ ଦହିବରା ଫୁଲ ଫୁଲ ହୋଇ ଭର୍ତ୍ତି ହୋଇ ଥାଏ। ଅନ୍ୟ ଗୋଟିଏ ହଣ୍ଡା ଆଳୁଦମ, ଦହିପାଣି ଭର୍ତ୍ତି । ଯେତେବେଳେ ସେସବୁର ଢାଙ୍କୁଣୀ ଖୋଲା ହେଲା ଭାରି ବଢିଆ ମହମହ ବାସ୍ନା ହେଉଥିଲା।

ସେ ଯୁବକ ତିନିଜଣ ଭିତରୁ କିଏ ପିଆଜ କଟିଲା କିଏ ଫଏଲ ଜରି ବାହାରକରି ପାର୍ସଲ ବାନ୍ଧିଲା , ତ ଆଉ କିଏ ସମସ୍ତଙ୍କୁ ଦହିବରା ପରସିବାରେ ଲାଗିଲା । ଏତେ ଦହିବରା ଦେଖି ମନରେ କୌତୁହଳ ହେଲା ପଚାରିଲୁ ଦହିବରା ବିକ୍ରୀ କରିଥିବା ଯୁବକଙ୍କୁ । ଯୁବକ ଜଣଙ୍କ ଗୋଟି ଗୋଟି କରି କହିଲେ ସବୁ କଥା ।  ଯୁବକ ଜଣଙ୍କ ନାମ ଗଣେଶ ସାହୁ, ଯୋଗୀ ସାହୁଙ୍କ ପୁଅ ।  ଘର ନୟାଗଡ଼ । ଭୁବନେଶ୍ୱର ରେ ଅନେକ ବର୍ଷ ହେଲା ରହି ଆସୁଛନ୍ତି। ବାପା ଯୋଗୀ ସାହୁ ଆଠ ନମ୍ବର ଅଞ୍ଚଳରେ ଯୋଗୀ ଭାଇ ଦହିବରା ନାମରେ ବେଶ ଖ୍ୟାତି ରହିଛି ।

ଯୋଗୀ ଭାଇ ଦହିବରା ବ୍ୟବସାୟ କରି ପିଲାଙ୍କୁ ପାଠ ପଢ଼ାଇ ମଣିଷ କଲେ । ଯୋଗୀ ଭାଇ ପୁଅ ଗଣେଶ ଭାରି ଭଲ ପିଲା । ଭଲ ପାଠ ପଢେ । ପାଠ ପଢି ଉତ୍କଳ ବିଶ୍ୱମହାବିଦ୍ୟାଳୟରୁ ବାଣିଜ୍ୟ ବିଭାଗରେ ଉଚ୍ଚ ସ୍ନାତକତର ଡିଗ୍ରୀ ପଢା ସାରି OAS ପାଇଁ ପ୍ରସ୍ତୁତି କରୁଥିଲେ । ଆଉ ବେଳେ ବେଳେ ବାପାଙ୍କ ଏହି ଦହିବରା ବ୍ୟବସାୟ ରେ ଆସି ବାପାଙ୍କୁ ସାହାଯ୍ୟ କରୁଥିଲେ । ଆଉ ସେହି ବ୍ୟବସାୟ ଦିନେ ଗଣେଶଙ୍କ ଜୀବନ ଯାତ୍ରାର ଗତି ପଥ ବଦଳାଇ ଦେବ କିଏ ଜାଣିଥିଲା । ଠିକ ସେଇୟା ହେଲା ବାପାଙ୍କ ଏହି ବ୍ୟବସାୟ ଗଣେଶଙ୍କ ଜୀବିକା ପାଲଟି ଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.