Categories: ମନୋରଂଜନ

ଫ୍ରାଇଡେ ରିଲିଜ୍ : ସୁଇ ଧାଗାକୁ ଟକ୍କର ଦେବ ପଟାଖା

ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ସୁଇ ଧାଗା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧଓ୍ଵନ ଓ ଅନୁଷ୍କା ଶର୍ମା । ଫିଲ୍ମରେ ଡିଗ୍ଲାମ ଲୁକ୍‌ରେ ଦେଖିବାକୁ ମିଳିବ ଅନୁଷ୍କା ଶର୍ମା ଓ ବରୁଣ ଧୱନଙ୍କୁ । ମେଡ୍‌ ଇନ୍‌ ଇଣ୍ଡିଆ ବିଚାର ଦ୍ୱାରା ଅନୁପ୍ରାଣିତ ହୋଇଛି ଏହି ଫିଲ୍ମ । ଜଣେ ସାଧାରଣ ଲୋକର ସଂଘର୍ଷପୂର୍ଣ୍ଣ ଯାତ୍ରା ଫିଲ୍ମରେ ଦେଖିବାକୁ ମିଳିବ । ୟଶରାଜ ପ୍ରଡକସନ୍‌ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିଆ ।

ଅନ୍ଯପଟେ ସୁଇ ଧାଗାକୁ ଟକ୍କର ଦେବ ସାନ୍ୟା ମଲହୋତ୍ରା ଓ ରାଧିକା ମଦାନଙ୍କ ଫିଲ୍ମ ପଟାଖା। ଫିଲ୍ମରେ ରାଜସ୍ଥାନର ଏକ ଛୋଟ ଗାଁରେ ରହୁଥିବା ଦୁଇ ଭଉଣୀଙ୍କ କାହାଣୀ ଦେଖିବାକୁ ମିଳିବ । ଦୁଇ ଭଉଣୀ ସାଜିଛନ୍ତି ସାନ୍ୟା ମଲହୋତ୍ରା ଓ ରାଧିକା ମଦାନ । ୨ ଭଉଣୀଙ୍କ ସବୁବେଳେ କଳି ଝଗଡା ଦେଖିବାକୁ ମିଳିବ । ପରେ ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରନ୍ତି । ଗୋଟିଏ ଛାତ ତଳେ ପରସ୍ପରର ଶତ୍ରୁ ସାଜନ୍ତି ୨ ଭଉଣୀ । ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ବିଭିନ୍ନ ପ୍ଲାନ କରନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ । ଫିଲ୍ମରେ ସୁନୀଲ ଗ୍ରୋଭର, ବିଜୟ ରାଜ, ସାନ୍ୟା ମଲହୋତ୍ରା ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚରଣ ସିଂ ପାଠକଙ୍କ କାହାଣୀ ଦୌ ବହନେ ଉପରେ ଆଧାରିତ ଏହି ଫିଲ୍ମ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago