ଫ୍ରାଇଡେ ରିଲିଜ୍ : ସୁଇ ଧାଗାକୁ ଟକ୍କର ଦେବ ପଟାଖା

ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ସୁଇ ଧାଗା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧଓ୍ଵନ ଓ ଅନୁଷ୍କା ଶର୍ମା । ଫିଲ୍ମରେ ଡିଗ୍ଲାମ ଲୁକ୍‌ରେ ଦେଖିବାକୁ ମିଳିବ ଅନୁଷ୍କା ଶର୍ମା ଓ ବରୁଣ ଧୱନଙ୍କୁ । ମେଡ୍‌ ଇନ୍‌ ଇଣ୍ଡିଆ ବିଚାର ଦ୍ୱାରା ଅନୁପ୍ରାଣିତ ହୋଇଛି ଏହି ଫିଲ୍ମ । ଜଣେ ସାଧାରଣ ଲୋକର ସଂଘର୍ଷପୂର୍ଣ୍ଣ ଯାତ୍ରା ଫିଲ୍ମରେ ଦେଖିବାକୁ ମିଳିବ । ୟଶରାଜ ପ୍ରଡକସନ୍‌ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିଆ ।

patakhaଅନ୍ଯପଟେ ସୁଇ ଧାଗାକୁ ଟକ୍କର ଦେବ ସାନ୍ୟା ମଲହୋତ୍ରା ଓ ରାଧିକା ମଦାନଙ୍କ ଫିଲ୍ମ ପଟାଖା। ଫିଲ୍ମରେ ରାଜସ୍ଥାନର ଏକ ଛୋଟ ଗାଁରେ ରହୁଥିବା ଦୁଇ ଭଉଣୀଙ୍କ କାହାଣୀ ଦେଖିବାକୁ ମିଳିବ । ଦୁଇ ଭଉଣୀ ସାଜିଛନ୍ତି ସାନ୍ୟା ମଲହୋତ୍ରା ଓ ରାଧିକା ମଦାନ । ୨ ଭଉଣୀଙ୍କ ସବୁବେଳେ କଳି ଝଗଡା ଦେଖିବାକୁ ମିଳିବ । ପରେ ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରନ୍ତି । ଗୋଟିଏ ଛାତ ତଳେ ପରସ୍ପରର ଶତ୍ରୁ ସାଜନ୍ତି ୨ ଭଉଣୀ । ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ବିଭିନ୍ନ ପ୍ଲାନ କରନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ । ଫିଲ୍ମରେ ସୁନୀଲ ଗ୍ରୋଭର, ବିଜୟ ରାଜ, ସାନ୍ୟା ମଲହୋତ୍ରା ଓ ରାଧିକା ମଦାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚରଣ ସିଂ ପାଠକଙ୍କ କାହାଣୀ ଦୌ ବହନେ ଉପରେ ଆଧାରିତ ଏହି ଫିଲ୍ମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.