ସମସ୍ତଙ୍କୁ ସ୍ବାଗତ: ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, କେରଳ ସବରିମାଲା ମନ୍ଦିର ଭିତରକୁ ଯାଇ ପାରିବେ ମହିଳା

ଦିଲ୍ଲୀ(କେନ୍ଯୁଜ୍) : କେରଳର ସବରିମଲା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ମାମଲାରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ମନ୍ଦିରଭିତକୁ ଯାଇପାରିବେ ମହିଳା । ସବୁ ବୟସର ମହିଳା ପ୍ରବେଶ କରିପାରିବେ । ପୂଜାର୍ଚ୍ଚନା କରିବାର ଅଧିକାର ସମସ୍ତଙ୍କର ଅଛି । ମହିଳାଙ୍କ ପ୍ରତି ଭେଦଭାବ ଠିକ୍ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଇଲେ ଏହି ରାୟ । ଫଳରେ ମହିଳାମାନେ ମଧ୍ୟ ପ୍ରଭୁ ଆୟପ୍ପାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ପାରିବେ ।

sabarimala aଇଣ୍ଡିଆନ୍‌ ୟଙ୍ଗ ଲୟର୍ସ ଆସୋସିଏସନ୍‌ ଓ ଅନ୍ୟମାନେ ଏହି ପ୍ରଥାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଏହି ପ୍ରଥା ଲିଙ୍ଗଗତ ପ୍ରଭେଦ କରୁଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀ କହିଥିଲେ ଯେ ଏହାଦ୍ୱାରା ସାମ୍ବିଧାନିକ ସମାନତାର ଅଧିକାର କ୍ଷୁଣ୍ଣ ହେଉଛି। ସେପଟେ ଏହି ଆବେଦନ ବିରୋଧରେ ଯୁକ୍ତି ଦର୍ଶାଯାଇ ଶହ ଶହ ବର୍ଷର ପୁରୁଣା ଏହି ପ୍ରଥାରେ ସୁପ୍ରିମକୋର୍ଟ ଦଖଲ ଦେବା ଠିକ୍‌ ନୁହେଁ ବୋଲି କୁହାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.