Below header

ଆଜି ଦ୍ୱିତୀୟ ଦିନରେ କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ନିକଟ ବସ୍ତିରେ ଆଜି ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ କରାଯାଉଛି । କଳିଙ୍ଗ ଷ୍ଟାଡିୟମ୍‌ ୯ନମ୍ବର ଗେଟ୍‌ ନିକଟରେ ଥିବା ବସ୍ତି ଭଙ୍ଗାଯାଉଛି। ଏହାର ପ୍ରତିବାଦରେ ବସ୍ତିବାସିନ୍ଦା ଧାରଣାରେ ବସିଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ବିଡିଏ ଓ ବିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ବସ୍ତି ଭଙ୍ଗାଚାଲିଛି । ଘଟଣାସ୍ଥଳରେ ଡିସିପି ଉପସ୍ଥିତ ଅଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ର ଉନ୍ନତୀକରଣରେ ଏହି ବସ୍ତି ବାଧକ ସାଜୁଥିବାରୁ ଏହାକୁ ଭଙ୍ଗାଯାଉଛି।

1qନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ଯନ୍ତ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ଉଚ୍ଛେଦ କରାଯାଉଛି। ଗତକାଲି ପ୍ରଥମ ପର୍ଯ୍ଯାୟରେ ବେହେରାସାହି ୧ ନମ୍ବର ଗେଟ୍‌ ପାଖରେ ଥିବା ବସ୍ତି ଭଙ୍ଗାଯାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ୍‌  ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.