Below header

ଛଅ ମାସିଆ ମା : ଶେଷକୁ ବସିବାକୁ ପଡ଼ିଲା ଦାଣ୍ଡରେ

ରାୟଗଡ଼ା(କେନ୍ଯୁଜ୍) : ମାଆ ହେଉଛି ଦୁନିଆର ଏମିତି ଏକ ଶକ୍ତି ଯାହା ସନ୍ତାନର ସବୁ କଷ୍ଟକୁ ନିମିଷକ ମଧ୍ଯରେ ଦୂର କରିଦେଇଥାଏ । ନିଜ ଗର୍ଭରେ ୧୦ମାସ ରଖି ଶେଷରେ ଜନ୍ମ ଦେଇଥାଏ ଏକ ନୂଆ ଜୀବନ । କେବଳ ଇଚ୍ଛା ଥାଏ ଜୀବନର ଶେଷ ପାହଚରେ ମୋ ଛୁଆମାନେ ମୋ ପାଖରେ ଥାଆନ୍ତୁ । କିନ୍ତୁ ଆଜିର ସଭ୍ଯ ସମାଜ ମାଆକୁ ଶେଷ ସମୟରେ ଆଶ୍ରା ଦେବେ କଣ ମାଆକୁ ବାଣ୍ଟିବାରେ ତାଙ୍କ ସମୟ ଯାଉଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ରାୟଗଡ଼ା ସହରରେ । ଦୁଇ ପୁଅଙ୍କ ଭାଗ ଭିତରେ ନିରାଶ୍ରୟ ହୋଇପଡିଛନ୍ତି ଜଣେ ୮୦ ବର୍ଷର ବୃଦ୍ଧା ।

maaତାଙ୍କ ନିଜ ପୁଅ ତାଙ୍କୁ ଗେଟ୍‌ ବାହାରେ ବସାଇ ଦେଲା । ଭିତରକୁ ଛାଡ଼ିଲା ନାହିଁ । ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ମାଆ ବାହାରେ ବସି ରହିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଲା । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ବାସିନ୍ଦା ଓ ପୋଲିସ ପ୍ରଶାସନ ପହଞ୍ଚିଲେ । ଅନେକ ବୁଝାସୁଝା ପରେ ମା’କୁ ଘରକୁ ନେଲେ ପୁଅ ।

ସୂଚନା ଅନୁଯାୟୀ, ଏହି ବୟୋଜ୍ୟେଷ୍ଠା ମହିଳା ଜଣକ ହେଉଛନ୍ତି ଏସ୍‌. କ୍ରିଷ୍ଣାବେଣୀ । ତାଙ୍କର ଦୁଇ ପୁଅ । ଭାଗ ଅନୁସାରେ ଜଣଙ୍କ ଘରେ ସେ ୬ ମାସ ଲେଖାଏଁ ରହୁଥିଲେ । ତେବେ ପାରିବାରିକ କଳହରୁ ସାନ ପୁଅ ବଡ଼ ଭାଇ ଘରେ ମାଆକୁ ଛାଡି ଆସିବା ପରେ ବଡ଼ପୁଅ ଆଉ ମାଆକୁ ଘରେ ପୂରାଇ ନଥିଲେ । ତେଣୁ ଦୀର୍ଘ ସମୟ ଧରି ଗେଟ୍ ବାହାରେ ତାଙ୍କୁ ବସିବାକୁ ପଡ଼ିଥିଲା । ଖବର ପାଇ ପୋଲିସ ପହଞ୍ଚିବା ପରେ, ବୃଦ୍ଧାଙ୍କୁ ଘର ଭିତରକୁ ନେଇଥିଲେ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.