ମନୋରଂଜନ

୫୪ ବର୍ଷ ବୟସରେ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ବିବାହ କଲେ ହଂସଲ ମେହେତା, ୪ ପିଲାଙ୍କ ଉପସ୍ଥିତିରେ ସମ୍ପର୍କରେ ମାରିଲେ ମୋହର

ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ହଂସଲ ମେହେତା ନିଜ ପାର୍ଟନର ସଫିନା ହୁସେନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟେ ସମସ୍ତଙ୍କ ଠାରୁ ଦୂରରେ ଲିଫୋର୍ଣ୍ଣିୟାରେ ଏକ ଛୋଟ ଉତ୍ସବ ଆୟୋଜନ କରି ବିବାହ କରିଛନ୍ତି। ହଂସଲ ମେହେତା ଓ ସଫିନା ହୁସେନ୍‌ଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆେରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ଙ୍କ ସମେତ ବଲିଉଡ୍‌ର ବହୁ ବଡ଼ ବଡ଼ କଳାକାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ପୋଷ୍ଟ ସେୟାର କରି ହଂସଲ ମେହେତା ଲେଖିଛନ୍ତି- ତେବେ ୧୭ ବର୍ଷ ପରେ ଦୁଇ ଜଣ ନିଜ ପିଲାଙ୍କୁ ବଡ଼ ହେବାର ଦେଖିଲେ ଓ ନିଜ ସ୍ୱପ୍ନକୁ ପିଛା କରି ବିବାହ କରିବାକୁ ନିଷ୍ପତ୍ତି ନେଲେ। ଜୀବନରେ ଅନ୍ୟ ସବୁ ଜିନିଷ ଭଳି ଏ ଘଟଣା ବି ଅଚାନକ ଓ ଅନିୟୋଜିତ ଥିଲା। କିନ୍ତୁ ଆମ ପ୍ରତିଜ୍ଞା ଓ ପ୍ରତିଶ୍ରୁତି ସତ ଥିଲା। ଶେଷରେ ଭଲ ପାଇବା ବାକି ସବୁ ଜିନିଷ ଉପରେ ଭାରି ପଡ଼ିଥାଏ ଓ ଏଥିରେ ବି ସେଇୟା ହେଲା…

ସୂଚନାଯୋଗ୍ୟ ଯେ ୫୪ ବର୍ଷୀୟ ହଂସଲ ମେହେତାଙ୍କର ଏହା ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୧୯୮୯ରେ ସୁନୀତାଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର ଏହି ବିବାହ ଅଧିକ ଦିନ ତିଷ୍ଠି ନଥିଲା। ହଂସଲଙ୍କ ପ୍ରଥମ ବିବାହ ମାତ୍ର ୧୧ ବର୍ଷ ଚାଲିଥିଲା। ସୁନୀତା ଓ ହଂସଲଙ୍କର ଦୁଇ ପୁଅ ଜୟ ଓ ପଲ୍ଲବ ଅଛନ୍ତି। ଅନ୍ୟପଟେ ହଂସଲ ମେହେତା ଓ ସଫିନା ହୁସେନ୍‌ଙ୍କର ଦୁଇ ଝିଅ କିମାୟା ଓ ରିହାନା ଅଛନ୍ତି। ଅର୍ଥାତ୍‌ ହଂସଲ ମେହେତା ମୋଟ ୪ଟି ସନ୍ତାନର ବାପା।

Also Read: ଭାଗ୍ୟ ହେବ ତ ଏମିତି! ଖଣି ଖୋଳିବା ବେଳେ ମିଳିଲା ଦାମୀ ହୀରା, ରାତାରାତି ବଦଳିଗଲା ମହିଳାଙ୍କ ଜୀବନ

WCW 11

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago