ମନୋରଂଜନ

ଜେଲରୁ ବାହାରିବା ପରେ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏମିତି କିଛି ଲେଖି ପୋଷ୍ଟ କଲେ ହର୍ଷ ଲିମ୍ବାଚିଆ

କମେଡିଆନ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ଡ୍ରଗ୍ସ ଲିଙ୍କ କେସରେ କିଛି ଦିନ ତଳେ ଏନସିବି ଦ୍ୱାରା ଗିରଫ ହୋଇଥିଲେ । ଜେଲରେ କିଛି ଦିନ କାଟିବା ପରେ ସେମାନଙ୍କୁ ନିକଟରେ ଜାମିନ ମିଳିଛି । ଆଉ ଜେଲରୁ ବାହାରିବା ପରେ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ହର୍ଷ । ଭାରତୀଙ୍କ ସହ ଉଠେଇ ଥିବା କେତେଗୁଡିଏ ଅନ୍ତରଙ୍ଗ ଫଟୋ ସବୁକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି ” ଆମେ ଦୁହେଁ ଯେବେ ପରସ୍ପର ସହିତ ଥିବା ଆମର କେହି ବି କିଛି ବିଗାଡି ପାରିବେ ନାହିଁ” । ଏହି ଫଟୋ ଗୁଡିକରେ ଉଭୟ ପତି ପତ୍ନୀ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି । ଆଉ ଏହାକୁ ଦେଖିଲେ ସ୍ପଷ୍ଟ ହେବଯେ, ଦୁହିଁଙ୍କ ଭିତରେ ଖୁବ ନିବିଡ ସମ୍ବନ୍ଧ ରହିଛି ।

 

 

କହିରଖିବା ଉଚିତ ହେବକି, ଡ୍ରଗ୍ସ ଲିଙ୍କ ନେଇ ଭାରତୀ ଦ କପିଳ ଶର୍ମା ସୋ’ ଛାଡିବାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । କିନ୍ତୁ ପରେ କୃଷ୍ଣ ଅଭିଷେକ ଏହି କଥାକୁ ଏକ ଗୁଜବର ଆଖ୍ୟା ଦେଇଛନ୍ତି । କୃଷ୍ଣଙ୍କ ଅନୁଯାୟୀ ଚ୍ୟାନେଲ ପକ୍ଷରୁ ଏହାକୁ ନେଇ କୌଣସି ପ୍ରକାର ଘୋଷଣା ହୋଇନାହିଁ । ସେ ଓ ତାଙ୍କ ପୁରା ଟିମ ଭାରତୀଙ୍କ ସହିତ ସବୁବେଳେ ଅଛନ୍ତି ଆଉ ଥିବେ ମଧ୍ୟ । ଆଉ ଖୁବ କମ ଦିନ ଭିତରେ ଭାରତୀ କାମକୁ ଫେରିବେ ।

ଏକ ସମ୍ବାଦ ପତ୍ର ସାକ୍ଷାତ୍କାରରେ କୃଷ୍ଣ କହିଛନ୍ତିଯେ,କପିଳ ଆଉ ସେ ନିଜେ ସର୍ବଦା ଭାରତୀଙ୍କ ସହ ରହିବେ । କୌଣସି ପରିସ୍ଥିତିରେ ବି ସେମାନଙ୍କ ଯୋଡି ଭାଙ୍ଗିବ ନାହିଁ ।

 

 

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

26 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

33 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago