ସ୍ପେଶାଲ

ଏମିତି ମନ୍ଦିର ଯେଉଁଠି ରାବଣକୁ ବଧ କରିବା ପରେ ଭଗବାନ ରାମ କରିଥିଲେ ତପ

ଯେବେ ଯେବେ ଧରାପୃଷ୍ଟରେ ଧର୍ମର ଅବକ୍ଷୟ ଘଟେ, ଭଗବାନ ଜନ୍ମ ଗ୍ରହଣ କରନ୍ତି । ସନାତନ ଧର୍ମ ଅନୁଯାୟୀ, ଭଗବାନ ଶ୍ରୀରାମ ବିଷ୍ଣୁଙ୍କ ୭ମ ଅବତାର । ତ୍ରେତୟା ଯୁଗରେ ଶ୍ରୀରାମ ରାବଣକୁ ବଧ କରିବା ପାଇଁ ଅବତାର ଗ୍ରହଣ କରିଥିଲେ । ପ୍ରଭୁ ରାବଣକୁ ବଧ କରିବା ପରେ ଏହି ସ୍ଥାନରେ ତପସ୍ୟା କରିଥିଲେ । ଜାଣନ୍ତୁ କ’ଣ କହେ କିମ୍ବଦନ୍ତୀ ।

ଦେବଭୂମି ଉତ୍ତରାଖଣ୍ଡ, ଯେଉଁଠି ଭାଗୀରଥୀ ଓ ଅଳକାନନ୍ଦା ନଦୀ ମିଶିକରି ଗଙ୍ଗା ସୃଷ୍ଟି କରିଛନ୍ତି । ଏହି ସଙ୍ଗମ ସ୍ଥଳରେ ଭଗବାନ ରାମ ରାବଣଙ୍କୁ ବଧ କରିବା ପରେ କଠୋର ତପସ୍ୟା କରିଥିଲେ। କାରଣ ରାବଣ ଜଣେ ଉଚ୍ଚ ଶ୍ରେଣୀର ବ୍ରାହ୍ମଣ ଥିବାରୁ ବ୍ରହ୍ମ ହତ୍ୟା ପାପରୁ ମୁକୁଳିବା ପାଇଁ ଶ୍ରୀରାମ ଏଠାରେ କଠୋର ତପ କରିଥିଲେ। ଯେଉଁଥିପାଇଁ ଏଠାରେ କେବଳ ଶ୍ରୀରାମଙ୍କର ଏକକ ମୂର୍ତ୍ତି ରହିଛି । ତେଣୁ ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିର ‘ରଘୁନାଥ ମନ୍ଦିର’ ନାମରେ ଖ୍ୟାତ। ଶ୍ରୀରାମଙ୍କ ସହ ଏଠାରେ ଲକ୍ଷ୍ମଣ, ମା’ ସୀତା ଏବଂ ହନୁମାନ ନଥିବା ଦେଖାଯାଏ ।

ମାନ୍ୟତା ରହିଛି, ହନୁମାନ କେବେ ଶ୍ରୀରାମଙ୍କୁ ଛାଡ଼ି ନଥାନ୍ତି । ତେଣୁ ଶ୍ରୀରାମ ଯେତେବେଳେ କଠୋର ତପରେ ଲୀନ ଥିଲେ, ହନୁମାନ ଲୁଚିକରି ଶ୍ରୀରାମଙ୍କ ପଛରେ ବସିଯାଇଥିଲେ। ସେଥିପାଇଁ ଏହି ପୀଠରେ ଶ୍ରୀରାମଙ୍କ ମନ୍ଦିର ପଛରେ ହନୁମାନଙ୍କ ମନ୍ଦିର ଥିବା ଦେଖାଯାଇଛି। କୁହାଯାଏ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଇଁ ଭଗବାନ ସ୍ୱୟଂ ପ୍ରକଟ ହୋଇ ଏହି ସ୍ଥାନକୁ ସିଦ୍ଧ କରିଥିଲେ । ଏଠାରେ ୧୦୭ ମନ୍ଦିର ଥିବା ବେଳେ ଗୋଟିଏ ମନ୍ଦିର ନେପାଳରେ ମୁକ୍ତିନାଥ ମନ୍ଦିର ନାମରେ ରହିଛି । ଯାହାର ଝରଣାରୁ ଭଗବାନ ଶାଳଗ୍ରାମ ବାହାରି ଥାନ୍ତି।

ଉତ୍ତରାଖଣ୍ଡର ରଘୁନାଥ ମନ୍ଦିର :

ଏହି ମନ୍ଦିର ଦ୍ରାବିଡ ଶୈଳୀରେ ନିର୍ମିତ ହୋଇଛି । ଦେବପ୍ରୟାଗରେ ୧୧ ଶତାବ୍ଦୀର ପ୍ରାରମ୍ଭରେ ଏଠାରେ ରାମାନୁଜାଚାର୍ଯ୍ୟ କିଛି ସମୟ ରହି ତପସ୍ୟା କରିଥିଲେ । ରାମାନୁଜାଚାର୍ଯ୍ୟା ସମ୍ପର୍କରେ କୁହାଯାଏ ଯେ, ତାଙ୍କର ଭକ୍ତି ପରମ୍ପରାରେ ଆସି ରାମାନନ୍ଦ ଓ କବୀର ଦାସଙ୍କ ଭଳି ସନ୍ଥ ସୃଷ୍ଟି ହୋଇଥିଲେ । ଏଠାରେ ରାମାନୁଜାଚାର୍ଯ୍ୟ ଏଠାକାର ଆଧ୍ୟାତ୍ମିକ ମହତ୍ତ୍ୱ ବର୍ଣ୍ଣନା କରି ୧୧ ପଦ ରଚନା କରିଥିଲେ । ଏହିସବୁ ପଦ ତାମିଲ୍ ଭାଷାରେ ରଘୁନାଥ ମନ୍ଦିର କାନ୍ଥରେ ଲେଖାଯାଇଛି, ଯାହା ଆଜି ବି ଦୃଶ୍ୟମାନ ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

23 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago