ମନୋରଂଜନ

ଆଜି ୟାମୀ ଗୌତମଙ୍କ ଜନ୍ମଦିନରେ ଜାଣନ୍ତୁ, ତାଙ୍କୁ ପ୍ରଥମେ ଫିଲ୍ମରେ ଅଭିନୟ କରିବାର ସୁଯୋଗ କିପରି ମିଳିଥିଲା

ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଜି ଜନ୍ମଦିନ। ଆଜି ୟାମୀ ୩୨ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ୨୦୧୨ ରେ ଫିଲ୍ମ ‘ଭିକ୍କୀ ଡୋନର’ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ। ଫିଲ୍ମ ନିର୍ମାତା ସୁଜିତ ସରାକର ଏହି ଫିଲ୍ମର ନିର୍ଦେଶନା କରିଥିବା ବେଳେ ଏଥିରେ ୟାମୀଙ୍କ ସହ ଆୟୁଷ୍ମାନ୍ ଖୁରାନା ଅଭିନୟ କରିଥିଲେ। ଏହାପରେ ସେ ହ୍ରିତିକ୍ ରୋସନ୍, ଅମିତାଭ ବଚ୍ଚନ, ବରୁଣ ଧଓ୍ଵନ, ନଓ୍ଵାଜଉଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି। ସେହିଭଳି ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’, ‘କାବିଲ୍’, ‘ଗିନ୍ନୀ େଓ୍ଵଡସ୍ ସନ୍ନୀ’ଏବଂ ‘ବାଲା’ରେ ୟାମୀଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଛି।

୨୦୧୮ ମସିହାରେ ଏକ ସାକ୍ଷାତକାର ଦେଇ ୟାମୀ ଗୌତମ କହିଥିଲେ, ‘‘ଏକ ସମୟ ଥିଲା, ଯେତେବେଳେ ମୁଁ ବାରମ୍ବାର ଅଡିସନ୍ ଦେଉଥିଲି। ଗୋଟିଏ ସମୟରେ ମୋ ପାଖକୁ ବହୁତ ଭଲ ଲଞ୍ଚର ସୁଯୋଗ ମଧ୍ୟ ଆସିଥିଲା। ମୁଁ ସବୁକିଛି ମୋ ଦମ୍ ରେ କରୁଥିଲି।’’ ଆଗକୁ ୟାମୀ ଏହା ମଧ୍ୟ କହିଛନ୍ତି, ‘‘ଯେତେବେଳେ ମୁଁ ଭିକ୍କୀ ଡୋନର ପାଇଁ ଅଡିସନ୍ ଦେଇଥିଲି ସେତେବେଳେ ମୁଁ କାଷ୍ଟିଂଗ ଡାଇରେକ୍ଟରଙ୍କୁ ପଚାରିଥିଲି ଯେ କେଉଁ ବିଷୟ ଉପରେ ଫିଲ୍ମଟି ଆଧାରିତ? ଏହା ଶୁଣି ସେ କେବଳ ହସିଥିଲେ। କିନ୍ତୁ ଯେତେବେଳେ ମତେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା ସେତେବେଳେ ମତେ ଫିଲ୍ମ ବିଷୟରେ ଜଣାପଡିଥିଲା। ମୋ ବାପା ଯେତେବେଳେ ମତେ ଫିଲ୍ମ ବିଷୟରେ ପଚାରରିଥିଲେ, ସେତେବେଳେ ମୁଁ ତାଙ୍କ ହାତରେ ଫିଲ୍ମର ସ୍କ୍ରିପ୍ଟ୍ ଧରାଇଦେଇଥିଲି। ପରେ ବାପା ଏହି ସ୍କ୍ରିପ୍ଟ୍ ପଢ଼ି ଏ ବହୁତ ଭଲ ଷ୍ଟୋରୀ ବୋଲି ମତେ କହିଥିଲେ।’

KNews Bureau

Recent Posts

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

22 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

26 mins ago

ଆର୍ଟ ଅଫ୍ ଗିଭିଙ୍ଗ, ଓଡିଆ ଫିଲ୍ମ ଓ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ ପକ୍ଷରୁ ଛତା ବଣ୍ଟନ

ଭୁବନେଶ୍ୱର : ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏକ ଅଭିନବ ପ୍ରୟାସ ହେଉଛି ଆର୍ଟ ଅଫ୍ ଗିଭିଙ୍ଗ । ଯାହାକି ପ୍ରତିବର୍ଷ…

26 mins ago

କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ନୀଳଗିରି : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ବେକ କାଟି ମାରିବାକୁ ଉଦ୍ୟମ କଲା ସ୍ୱାମୀ। ବାଲେଶ୍ୱର…

47 mins ago

ଆଇସକ୍ରିମ ଭିତରୁ କଟା ମଣିଷ ଆଙ୍ଗୁଠି ମିଳିବା ପରେ ଏବେ ବାହାରିଛି ଜୀବନ୍ତ ବିଛା

ଆଇସିକ୍ରିମ୍‌ କାହାର ବା ପସନ୍ଦ ନୁହେଁ । ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଆଇସିକ୍ରିମ୍‌ । ବିଶେଷ କରି ଏହି…

52 mins ago

ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଶ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର…

1 hour ago