ଆଜି ୟାମୀ ଗୌତମଙ୍କ ଜନ୍ମଦିନରେ ଜାଣନ୍ତୁ, ତାଙ୍କୁ ପ୍ରଥମେ ଫିଲ୍ମରେ ଅଭିନୟ କରିବାର ସୁଯୋଗ କିପରି ମିଳିଥିଲା

ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଜି ଜନ୍ମଦିନ। ଆଜି ୟାମୀ ୩୨ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ୨୦୧୨ ରେ ଫିଲ୍ମ ‘ଭିକ୍କୀ ଡୋନର’ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ। ଫିଲ୍ମ ନିର୍ମାତା ସୁଜିତ ସରାକର ଏହି ଫିଲ୍ମର ନିର୍ଦେଶନା କରିଥିବା ବେଳେ ଏଥିରେ ୟାମୀଙ୍କ ସହ ଆୟୁଷ୍ମାନ୍ ଖୁରାନା ଅଭିନୟ କରିଥିଲେ। ଏହାପରେ ସେ ହ୍ରିତିକ୍ ରୋସନ୍, ଅମିତାଭ ବଚ୍ଚନ, ବରୁଣ ଧଓ୍ଵନ, ନଓ୍ଵାଜଉଦ୍ଦିନ ସିଦ୍ଦିକିଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି। ସେହିଭଳି ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’, ‘କାବିଲ୍’, ‘ଗିନ୍ନୀ େଓ୍ଵଡସ୍ ସନ୍ନୀ’ଏବଂ ‘ବାଲା’ରେ ୟାମୀଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଛି।

vickydonor୨୦୧୮ ମସିହାରେ ଏକ ସାକ୍ଷାତକାର ଦେଇ ୟାମୀ ଗୌତମ କହିଥିଲେ, ‘‘ଏକ ସମୟ ଥିଲା, ଯେତେବେଳେ ମୁଁ ବାରମ୍ବାର ଅଡିସନ୍ ଦେଉଥିଲି। ଗୋଟିଏ ସମୟରେ ମୋ ପାଖକୁ ବହୁତ ଭଲ ଲଞ୍ଚର ସୁଯୋଗ ମଧ୍ୟ ଆସିଥିଲା। ମୁଁ ସବୁକିଛି ମୋ ଦମ୍ ରେ କରୁଥିଲି।’’ ଆଗକୁ ୟାମୀ ଏହା ମଧ୍ୟ କହିଛନ୍ତି, ‘‘ଯେତେବେଳେ ମୁଁ ଭିକ୍କୀ ଡୋନର ପାଇଁ ଅଡିସନ୍ ଦେଇଥିଲି ସେତେବେଳେ ମୁଁ କାଷ୍ଟିଂଗ ଡାଇରେକ୍ଟରଙ୍କୁ ପଚାରିଥିଲି ଯେ କେଉଁ ବିଷୟ ଉପରେ ଫିଲ୍ମଟି ଆଧାରିତ? ଏହା ଶୁଣି ସେ କେବଳ ହସିଥିଲେ। କିନ୍ତୁ ଯେତେବେଳେ ମତେ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା ସେତେବେଳେ ମତେ ଫିଲ୍ମ ବିଷୟରେ ଜଣାପଡିଥିଲା। ମୋ ବାପା ଯେତେବେଳେ ମତେ ଫିଲ୍ମ ବିଷୟରେ ପଚାରରିଥିଲେ, ସେତେବେଳେ ମୁଁ ତାଙ୍କ ହାତରେ ଫିଲ୍ମର ସ୍କ୍ରିପ୍ଟ୍ ଧରାଇଦେଇଥିଲି। ପରେ ବାପା ଏହି ସ୍କ୍ରିପ୍ଟ୍ ପଢ଼ି ଏ ବହୁତ ଭଲ ଷ୍ଟୋରୀ ବୋଲି ମତେ କହିଥିଲେ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.