ମନୋରଂଜନ

ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ ହେବ ହ୍ରିତିକ୍‌-ଦୀପିକାଙ୍କ ‘Fighter’, ୨୫୦ କୋଟି ଟଙ୍କା ବଜେଟ୍‌ରେ ହେବ ପ୍ରସ୍ତୁତ !

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍‌ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି। ନିକଟରେ ହ୍ରିତିକ୍‌ ରୋଶନଙ୍କ ବାର୍ଥ ଡେ’ ଅବସରରେ ତାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଫାଇଟର’ର ୩୦ ସେକେଣ୍ଡର ଟିଜର ରିଲିଜ୍‌ ହୋଇଥିଲା। ଏହା ଜରିଆରେ ସେ ନିଜ ଫ୍ୟାନ୍‌ମାନଙ୍କୁ ସୁନ୍ଦର ଉପହାର ଦେଇଥିଲେ।

ଏହି ଫିଲ୍ମକୁ ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ କୁହାଯାଇପାରେ। ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍‌ ଦେଖିବାକୁ ମିଳିବ। ବାର୍ଥ ଡେ’ରେ ହ୍ରିତିକ୍‌ ଫିଲ୍ମ ବିଷୟରେ ଘୋଷଣା କରିଥିବା ବେଳେ ଏବେ ଇନ୍‌ସାଇଡ ଡିଟେଲ୍ସ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ହ୍ରିତିକ୍‌ ଓ ଦୀପିକାଙ୍କ ଏହି ଫିଲ୍ମର ବଜେଟ୍‌ ୨୫୦ କୋଟି ଟଙ୍କା ରଖାଯାଇଛି। ଏଥିରେ ଛାତି ଥରିଲା ଭଳି ଆକ୍ସନ ସିନ୍‌ ଏବଂ ଚେଜ୍‌ ସିକ୍ୱେନ୍ସ ରହିବ।

ଖବର ମୁତାବକ, ‘ଓ୍ଵାର’ ଭଳି ସିଦ୍ଧାର୍ଥ ଆନନ୍ଦଙ୍କ ‘ଫାଇଟର’ ମଧ୍ୟ ଦେଶପ୍ରେମ ଓ ଦେଶଭକ୍ତି ଉପରେ ଆଧାରିତ ହେବ। ଫିଲ୍ମରେ ହ୍ରିତିକ୍‌ଙ୍କୁ ବାୟୁସେନା ଅଫିସର ରୋଲ୍‌ ଦିଆଯାଇଛି। ସେ ପାଇଲଟ ହୋଇ ଫାଇଟର ଜେଟ୍‌ ଉଡ଼ାଉଥିବାର ଦେଖିବାକୁ ମିଳିବ। ତେବେ ଦୀପିକା ପାଦୁକୋନଙ୍କର କ’ଣ ରୋଲ୍‌ ରହିବ, ସେ ବିଷୟରେ କିଛି ଖୁଲାସା ହୋଇନି। ଏଥିରେ ରୋମାନ୍ସ ମଧ୍ୟ ଦର୍ଶକ ଦେଖିବାକୁ ପାଇପାରିବେ। ‘ଫାଇଟର’ର ଶୁଟିଂ ୨୦୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହାକୁ ୨୦୨୨, ସେପ୍ଟେମ୍ବର ୩୦ ସୁଦ୍ଧା ରିଲିଜ୍‌ କରାଯିବାକୁ ପ୍ଲାନ୍‌ ଚାଲିଛି।

Roshni

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

30 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

34 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

51 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

54 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago