ମନୋରଂଜନ

ଭାଇରାଲ ହେଉଛି ସୁଶାନ୍ତଙ୍କ ହାତ ଲେଖା ନୋଟ୍‌, ଏମିତି କିଛି ଲେଖାଅଛି ଯାହା ସମସ୍ତଙ୍କୁ କରୁଛି ଇମୋସନାଲ୍‌

ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ଦେଶ ଚକିତ ହୋଇଯାଇଥିଲା। ନିଜର ପ୍ରିୟର ଅଭିନେତାକୁ ଏମିତି ଭାବରେ ହରାଇବାକୁ କେହି ସହଜରେ ବିଶ୍ୱାସ କରୁପାରୁନଥିଲେ। ତେବେ ଆଜି ଯାଏଁ ବି ମୃତ୍ୟୁ ରହସ୍ୟର ପର୍ଦ୍ଦା ଉଠିନି। ସୁଶାନ୍ତଙ୍କ ମୃତ୍ୟୁକୁ ୭ ମାସ ହୋଇଗଲା, କିନ୍ତୁ ଆଜି ବି ସେମିତି ରହସ୍ୟ ହୋଇ ରହିଛି ମୃତ୍ୟୁର କାରଣ।

ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ଏବେ ବି ଜାରି ରହିଛି, କିନ୍ତୁ ଅଭିନେତାଙ୍କ ପରିବାର ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କୁ ମନେ ପକାଇବା ସହ ଫ୍ୟାନ୍ସଙ୍କୁ ଏକଜୁଟ୍‌ କରୁଛନ୍ତି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତି ଭାଇକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଛନ୍ତି। ତେବେ ଏହାରି ଭିତରେ ଶ୍ୱେତା ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ନୋଟରେ ସୁଶାନ୍ତ ଲେଖିଛନ୍ତି, ‘‘ମୋତେ ଲାଗୁଛି ମୋ ଜୀବନର ୩୦ବର୍ଷ କିଛି ନା କିଛି ହେବାରେ କାଟି ଦେଇଛି । ମୁଁ ଟେନିସ୍, ସ୍କୁଲ ଏବଂ ଗ୍ରେଡ଼୍ସରେ ଭଲ ହେବାକୁ ଚାହୁଁଥିଲି ଏବଂ ଯେକୌଣସି ଜିନିଷକୁ ସେହି ନଜରରେ ଦେଖିବାକୁ ଲାଗିଥିଲି। ଏହାପରେ ସେ ଆଗକୁ ଲେଖିଛନ୍ତି, ମୁଁ ବୋଧହୁଏ ନିଜକୁ ନେଇ ଖୁସି ନଥିଲି। ସେଥିପାଇଁ ଭଲ ହେବାକୁ ସ୍ୱପ୍ନ ଦେଖୁଥିଲି। କିନ୍ତୁ ପରେ ବୁଝିପାରିଲି ଯେ ମୁଁ ଭୁଲ ଗେମ୍‌ ଖେଳୁଛି। କାହିଁକିନା ଅସଲରେ ତ ଗେମ ଏୟା ଯେ ମୁଁ କିଏ।’

ଏହି ନୋଟକୁ ସେୟାର କରି ଶ୍ୱେତା ଭାବୁକ ହୋଇଯାଇଥିବା ନଜର ଆସୁଛନ୍ତି। ସୁଶାନ୍ତଙ୍କ ଫ୍ୟାନ୍ସ ବି ଏହି ନୋଟକୁ ପଢ଼ି ବହୁତ ଇମୋସନାଲ ହୋଇଯାଇଛନ୍ତି। ତେବେ ସୁଶାନ୍ତଙ୍କର ଏହି ନୋଟ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କ ଫ୍ୟାନ୍ସ ବି ନିଜ ପ୍ରତିକ୍ରୀୟା ଦେଉଛନ୍ତି।

Pritiparna

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

26 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

30 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

47 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

51 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

59 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago