ଭାଇରାଲ ହେଉଛି ସୁଶାନ୍ତଙ୍କ ହାତ ଲେଖା ନୋଟ୍‌, ଏମିତି କିଛି ଲେଖାଅଛି ଯାହା ସମସ୍ତଙ୍କୁ କରୁଛି ଇମୋସନାଲ୍‌

ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ଦେଶ ଚକିତ ହୋଇଯାଇଥିଲା। ନିଜର ପ୍ରିୟର ଅଭିନେତାକୁ ଏମିତି ଭାବରେ ହରାଇବାକୁ କେହି ସହଜରେ ବିଶ୍ୱାସ କରୁପାରୁନଥିଲେ। ତେବେ ଆଜି ଯାଏଁ ବି ମୃତ୍ୟୁ ରହସ୍ୟର ପର୍ଦ୍ଦା ଉଠିନି। ସୁଶାନ୍ତଙ୍କ ମୃତ୍ୟୁକୁ ୭ ମାସ ହୋଇଗଲା, କିନ୍ତୁ ଆଜି ବି ସେମିତି ରହସ୍ୟ ହୋଇ ରହିଛି ମୃତ୍ୟୁର କାରଣ।

ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ଏବେ ବି ଜାରି ରହିଛି, କିନ୍ତୁ ଅଭିନେତାଙ୍କ ପରିବାର ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କୁ ମନେ ପକାଇବା ସହ ଫ୍ୟାନ୍ସଙ୍କୁ ଏକଜୁଟ୍‌ କରୁଛନ୍ତି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତି ଭାଇକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରୁଛନ୍ତି। ତେବେ ଏହାରି ଭିତରେ ଶ୍ୱେତା ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

susantttଏହି ନୋଟରେ ସୁଶାନ୍ତ ଲେଖିଛନ୍ତି, ‘‘ମୋତେ ଲାଗୁଛି ମୋ ଜୀବନର ୩୦ବର୍ଷ କିଛି ନା କିଛି ହେବାରେ କାଟି ଦେଇଛି । ମୁଁ ଟେନିସ୍, ସ୍କୁଲ ଏବଂ ଗ୍ରେଡ଼୍ସରେ ଭଲ ହେବାକୁ ଚାହୁଁଥିଲି ଏବଂ ଯେକୌଣସି ଜିନିଷକୁ ସେହି ନଜରରେ ଦେଖିବାକୁ ଲାଗିଥିଲି। ଏହାପରେ ସେ ଆଗକୁ ଲେଖିଛନ୍ତି, ମୁଁ ବୋଧହୁଏ ନିଜକୁ ନେଇ ଖୁସି ନଥିଲି। ସେଥିପାଇଁ ଭଲ ହେବାକୁ ସ୍ୱପ୍ନ ଦେଖୁଥିଲି। କିନ୍ତୁ ପରେ ବୁଝିପାରିଲି ଯେ ମୁଁ ଭୁଲ ଗେମ୍‌ ଖେଳୁଛି। କାହିଁକିନା ଅସଲରେ ତ ଗେମ ଏୟା ଯେ ମୁଁ କିଏ।’

ଏହି ନୋଟକୁ ସେୟାର କରି ଶ୍ୱେତା ଭାବୁକ ହୋଇଯାଇଥିବା ନଜର ଆସୁଛନ୍ତି। ସୁଶାନ୍ତଙ୍କ ଫ୍ୟାନ୍ସ ବି ଏହି ନୋଟକୁ ପଢ଼ି ବହୁତ ଇମୋସନାଲ ହୋଇଯାଇଛନ୍ତି। ତେବେ ସୁଶାନ୍ତଙ୍କର ଏହି ନୋଟ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ତାଙ୍କ ଫ୍ୟାନ୍ସ ବି ନିଜ ପ୍ରତିକ୍ରୀୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.