ବଲିଉଡ୍ର ସବୁଠାରୁ ମହଙ୍ଗା ଫିଲ୍ମ ହେବ ହ୍ରିତିକ୍-ଦୀପିକାଙ୍କ ‘Fighter’, ୨୫୦ କୋଟି ଟଙ୍କା ବଜେଟ୍ରେ ହେବ ପ୍ରସ୍ତୁତ !

ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି। ନିକଟରେ ହ୍ରିତିକ୍ ରୋଶନଙ୍କ ବାର୍ଥ ଡେ’ ଅବସରରେ ତାଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଫାଇଟର’ର ୩୦ ସେକେଣ୍ଡର ଟିଜର ରିଲିଜ୍ ହୋଇଥିଲା। ଏହା ଜରିଆରେ ସେ ନିଜ ଫ୍ୟାନ୍ମାନଙ୍କୁ ସୁନ୍ଦର ଉପହାର ଦେଇଥିଲେ।
ଏହି ଫିଲ୍ମକୁ ବଲିଉଡ୍ର ସବୁଠାରୁ ମହଙ୍ଗା ଫିଲ୍ମ କୁହାଯାଇପାରେ। ଫିଲ୍ମରେ ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ। ବାର୍ଥ ଡେ’ରେ ହ୍ରିତିକ୍ ଫିଲ୍ମ ବିଷୟରେ ଘୋଷଣା କରିଥିବା ବେଳେ ଏବେ ଇନ୍ସାଇଡ ଡିଟେଲ୍ସ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ହ୍ରିତିକ୍ ଓ ଦୀପିକାଙ୍କ ଏହି ଫିଲ୍ମର ବଜେଟ୍ ୨୫୦ କୋଟି ଟଙ୍କା ରଖାଯାଇଛି। ଏଥିରେ ଛାତି ଥରିଲା ଭଳି ଆକ୍ସନ ସିନ୍ ଏବଂ ଚେଜ୍ ସିକ୍ୱେନ୍ସ ରହିବ।
ଖବର ମୁତାବକ, ‘ଓ୍ଵାର’ ଭଳି ସିଦ୍ଧାର୍ଥ ଆନନ୍ଦଙ୍କ ‘ଫାଇଟର’ ମଧ୍ୟ ଦେଶପ୍ରେମ ଓ ଦେଶଭକ୍ତି ଉପରେ ଆଧାରିତ ହେବ। ଫିଲ୍ମରେ ହ୍ରିତିକ୍ଙ୍କୁ ବାୟୁସେନା ଅଫିସର ରୋଲ୍ ଦିଆଯାଇଛି। ସେ ପାଇଲଟ ହୋଇ ଫାଇଟର ଜେଟ୍ ଉଡ଼ାଉଥିବାର ଦେଖିବାକୁ ମିଳିବ। ତେବେ ଦୀପିକା ପାଦୁକୋନଙ୍କର କ’ଣ ରୋଲ୍ ରହିବ, ସେ ବିଷୟରେ କିଛି ଖୁଲାସା ହୋଇନି। ଏଥିରେ ରୋମାନ୍ସ ମଧ୍ୟ ଦର୍ଶକ ଦେଖିବାକୁ ପାଇପାରିବେ। ‘ଫାଇଟର’ର ଶୁଟିଂ ୨୦୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହାକୁ ୨୦୨୨, ସେପ୍ଟେମ୍ବର ୩୦ ସୁଦ୍ଧା ରିଲିଜ୍ କରାଯିବାକୁ ପ୍ଲାନ୍ ଚାଲିଛି।