ସ୍ପେଶାଲ

ଏଇ ମହଙ୍ଗା ଦୁନିଆରେ ମାଗଣାରେ ଯୋଗାଉଛନ୍ତି ସ୍ବାସ୍ଥ୍ଯସେବା, ସମସ୍ତଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ

ବରଗଡ: ସ୍ଵାର୍ଥପର ଦୁନିଆରେ କିଏ ବା କାହାର । ଏଠି ବାହାର ଲୋକ ତ ଦୁରର କଥା ରକ୍ତ ସମ୍ପର୍କ ବି ବାଟବଣା ହେଉଛି । ତଥାପି ଏହି ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ଏମିତି କିଛି ଲୋକ ଆଜିବି ଅଛନ୍ତି ଯାହାଙ୍କ ନିସ୍ଵାର୍ଥପର ସେବା ଦୁନିଆରେ ମାନବିକତାକୁ ବଞ୍ଚାଇ ରଖିଛି ।

ବରଗଡ ଜିଲ୍ଲା ସୋହେଲାର ୭୬ ବୟସର ଡାକ୍ତର ବାବୁ । ଯିଏକି ଅବସର ନେବାପରେ ବି ପରିଣତ ବୟସରେ ଏକ କ୍ଲିନିକ ଖୋଲି ରୋଗୀସେବା କରୁଛନ୍ତି, ତାହା ପୁଣି ପଇସାଟିଏ ନ ନେଇ । ଆଶ୍ଚର୍ଯ୍ଯ ହୋଇଗଲେ ନା? ହେବାତ ସ୍ବଭାବିକ୍ । କାହିଁକି ନା ଏଇ ମହଙ୍ଗା ଦୁନିଆରେ ସବୁ ଦର ଆକାଶ ଛୁଆଁ । ସ୍ବାସ୍ଥ୍ଯ ସେବା କଥା ତ ନକହିବା ଭଲ । ରୋଗୀ ସେବା ପୂର୍ବରୁ ଏଠାରେ ଟଙ୍କା ଜମା କରିବାକୁ ପଡେ, ଆଉ ମରିଗଲେ ଟଙ୍କା ନଦେବା ଯାଏ ବନ୍ଧା ପଡିଥାଏ ଶବ ।

କିନ୍ତୁ ଏସବୁରୁ ଅଲଗା ଡାକ୍ତର ଶିଶିର କୁମାର ସାହୁ । ଯିଏ ନିଜେ ଭଲ ଭାବେ ଚାଲି ପାରୁନାହାନ୍ତି ସତ କିନ୍ତୁ ଜାରି ରଖିଛନ୍ତି ରୋଗୀଙ୍କୁ ସେବା ଯୋଗାଇବା । ୨୦୦୨ ମସିହାରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସର ନେଲା ପରେ ମଧ୍ୟ ସୋହେଲାଠାରେ ଏକ କ୍ଲିନିକ ଖୋଲି ଗରିବ ଶ୍ରେଣୀର ଲୋକଙ୍କୁ ବୀନା ପଇସାରେ ଚିକିତ୍ସା ଯୋଗାଇ ବେଶ ଚର୍ଚ୍ଚାରେ ଡାକ୍ତର ସାହୁ । ଯାହାକୁ ନେଇ ପ୍ରସଂଶାର ସୁଅ ଛୁଟିଛି ତାଙ୍କ ପାଖକୁ । ଏହା ଭିତରେ ସାମିଲ୍ ଅଛନ୍ତି କିଟ କିସ ତଥା କନ୍ଧମାଳ ସଂସାଦ ଅଚ୍ୟୁତ ସାମନ୍ତ । ଯିଏ ନିଜ ଟ୍ବିଟର ପେଜରେ ଡାକ୍ତର ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡଃ ସାମନ୍ତଙ୍କ ଶୁଭେଚ୍ଛା ଗରିବ ଲୋକଙ୍କ ସେବା କରିବା ପାଇଁ ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।

ଡାକ୍ତର ଶିଶିର ସାହୁ ୧୯୬୭ ମାସିହାରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଡାକ୍ତରୀ ପାଠ ସାରିବା ପରେ, ୧୯୭୨ ମାସିହାରେ ସରକାରୀ ଚିକିତ୍ସାଳୟ ବରଗଡରେ ଯୋଗ ଦେଇଥିଲେ ଏବଂ ଏହାପରେ ପାଣିମୋରା,ବିଜେପୁର ,ସୋହେଲା ଅଞ୍ଚଳରେ ରୋଗୀସେବା କରି ଅବସର ନେଇଥିଲେ । ଚାକିରି କରୁଥିବା ବେଳେ ହଉକି ଅବସର ନେଲାପରେ, ସେ ସବୁବେଳେ ରୋଗୀଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛନ୍ତି । ଏଭଳି ଜଣେ ଡାକ୍ତରଙ୍କ ସଂସ୍ପର୍ଶ ଆସି ରୋଗୀ ତଥା ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଏବଂ କୃତଜ୍ଞ ମନେ କରୁଥିବା କୁହନ୍ତି ।

ସତ କହିବାକୁ ଗଲେ ରୋଗୀଙ୍କ ପାଇଁ ଡାକ୍ତର କେବେବି ଅବସର ନିଅନ୍ତିନାହିଁ । ଯାହାକୁ ପ୍ରମାଣିତ କରି ସମସ୍ତଙ୍କ ପାଇଁ ଉଦାହରଣ ଏବଂ ଆଦର୍ଶ ପାଲଟିଛନ୍ତି ଡାକ୍ତର ସାହୁ ।

ବରଗଡରୁ ମହେନ୍ଦ୍ର କୁମାର ସାହୁଙ୍କ ରିପାର୍ଟ, କେନ୍ଯୁଜ୍

Sonalisa

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

29 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

32 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

50 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

53 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago