Categories: ମନୋରଂଜନ

ରିୟଲିଟି ସୋ’ ର ରିୟଲ୍ କଥା ବଖାଣିଲେ ପ୍ରତିଯୋଗୀ, କଲେ ପରଦା ପଛର ଚାଂଚଲ୍ୟକର ଖୁଲାସା

ଦେଶର ସବୁଠାରୁ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ୍ । କେତେ ଯେ ପ୍ରତିଯୋଗୀଙ୍କ ସ୍ବପ୍ନରେ ପର ଲଗାଇଛି ଏହି ସୋ ତାହା କହି ହେବନାହିଁ । ଲୁଚି ରହିଥିବା ପ୍ରତିଭାକୁ ଆଗକୁ ବଢାଇଥାଏ ଏହି ରିୟଲିଟି ସୋ । କିନ୍ତୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ଏହାର ମଧ୍ୟ ରହିଛି ଆଉ ଏକ ଚେହେରା । ଯାହାକୁ ଖୁଲାସା କରିଛନ୍ତି ଗତବର୍ଷର ଜଣେ ପ୍ରତିଯୋଗୀ । ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେନି ।

ଅଡିସନ ସମୟରେ କିଭଳି ଭାବରେ ଅମାନବୀୟ ବ୍ୟବହାର କରାଯାଏ ତାହା ଖୁଲାସା କରିଛନ୍ତି ନିଶାନ୍ତ କୌଶିକ୍ ନାମକ ଜଣେ ଯୁବକ । ଆଉ ଯୁବକଙ୍କ ଏହି ଅଭିଯୋଗକୁ ସମର୍ଥନ କରିଛନ୍ତି ଇଣ୍ଡିଆନ୍ ଆଇଡଲର ହୋଷ୍ଟ ଥିବା ମିନି ମାଥୁର୍ । ୨୦୧୨ରେ ସୋ କୁ ବାଏ ବାଏ କହିଥିଲେ ମିନି ମାଥୁର ।

ଟୁଇଟ୍ କରି ସୋ ବିଷୟରେ ଅନେକ ଚାଂଚଲ୍ୟକର ଖୁଲାସା କରିଛନ୍ତି ନିଶାନ୍ତ । କୁହାଯାଏ ପ୍ରତିଭାକୁ ଆଗକୁ ବଢାଇବା ପାଇଁ ଏହା ସଠିକ୍ ପ୍ଲାଟ୍ ଫର୍ମ, କିନ୍ତୁ ମୁଁ ଜାଣିବାରେ ସ୍ବପ୍ନକୁ ନଷ୍ଟ କରିବାରେ ଏହା ସଠିକ୍ ପ୍ଲାଟଫର୍ମ ବୋଲି କହିଛନ୍ତି ନିଶାନ୍ତ ।

୨୦୧୨ରେ ଅଡିସନ୍ ପାଇଁ ମୁମ୍ବାଇ ସେଣ୍ଟର ଯାଇଥିଲେ ନିଶାନ୍ତ । ତେବେ ସେଠାରେ ସେ ଦେଖିବାକୁ ପାଇଲେ ଅଡିସନ୍ ପାଇଁ ପ୍ରାୟ ଦୁଇ କିଲୋମିଟର ଲମ୍ବା ଲାଇନ୍ ଲାଗିଛି । ସେମାନଙ୍କ ମଧ୍ୟରୁ କେହି ସକାଳୁ ଆସି ଲାଇନରେ ଛିଡା ହୋଇଥିବା ବେଳେ କେହି ରାତିରୁ ଆସି ଲାଇନରେ ଛିଡା ହୋଇଛି । ଆଉ କେହି ସ୍ବପ୍ନ ପାଇଁ ସାରା ରାତି ଲାଇନରେ । ଏପରିକି ୱାଶରୁମ୍ ଏବଂ ଖାଦ୍ୟ ପାନୀୟ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ଯଦି ଲାଇନ୍ ଛାଡି ଯାଉଛନ୍ତି ତେବେ ସେ ସ୍ଥାନ ମିଳିବା ଅସମ୍ଭବ ।

ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ପ୍ରାୟ ଦିନ ଗୋଟାଏ ବେଳକୁ କବାଟ ଖୋଲିଥିଲା । ହେଲେ ଅପେକ୍ଷାର ଅନ୍ତ ଏଠାରେ ହୋଇନଥିଲା । ବରଂ ସମସ୍ତଙ୍କୁ ଗୋଟିଏ ପଡିଆ ଆଡକୁ ପଠାଯାଇଥିଲା । ଆଉ କିଛି ସମୟ ପରେ ୨୦୧୧ ର ବିଜେତା ଶ୍ରୀରାମ ଆସି ସ୍ପିକରରେ ବାଜୁଥିବା ଗୀତରେ କେବଳ ନିଜର ଓଠ ହଲାଇଥିଲେ । ଏସବୁ କିଛି ଚାଲିଥିଲା ରାତି ୮ ଟା ଯାଏ । ଏହା ପରେ କ୍ରୁ ଆସି ସେମାନଙ୍କୁ ଅନ୍ୟ ଏକ ଷ୍ଟେଜ୍ ସାମ୍ନାରେ ୱି ଲଭ୍ ଇଣ୍ଡିଆନ୍ ଆଇଡଲ୍ କହିବାକୁ ଆସିଥିଲେ ।

୩ଟା ରାଉଣ୍ଡ ପରେ ଅଡିସନରୁ ଅଧା ରାତିରେ ବାହାର ହୋଇଯାଇଥିଲେ ନିଶାନ୍ତ । ଏହା ପରେ ଘରକୁ ଆସି ଖୁବ୍ ଶାନ୍ତିରେ ରହିଲେ । ତେବେ ନିଶାନ୍ତ କହିଛନ୍ତି କୌଣସି କଳାକାରଙ୍କ ପ୍ରତିଭାକୁ ଆଗକୁ ବଢିବା ପାଇଁ ବନ୍ଧୁ ଏବଂ ପରିବାର ଲୋକଙ୍କ ସାହାଯ୍ୟ ନେବା ଆବଶ୍ୟକ, ନା କୌଣସି ରିୟଲିଟି ସୋ ର । ରିୟଲିଟି ସୋର କୌଣସି ଅଧିକାର ନାହିଁ ଯେ କୌଣସି କଳାକାରଙ୍କ ଏପରି ଅପମାନ କରିବ । ଟିଆରପି ଭୋକିଲା ଏହି ସୋ ସାମ୍ନାରେ ପ୍ରତିଭାର କୌଣସି ମୂଲ୍ୟ ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago