Below header

ରିୟଲିଟି ସୋ’ ର ରିୟଲ୍ କଥା ବଖାଣିଲେ ପ୍ରତିଯୋଗୀ, କଲେ ପରଦା ପଛର ଚାଂଚଲ୍ୟକର ଖୁଲାସା

ଦେଶର ସବୁଠାରୁ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ୍ । କେତେ ଯେ ପ୍ରତିଯୋଗୀଙ୍କ ସ୍ବପ୍ନରେ ପର ଲଗାଇଛି ଏହି ସୋ ତାହା କହି ହେବନାହିଁ । ଲୁଚି ରହିଥିବା ପ୍ରତିଭାକୁ ଆଗକୁ ବଢାଇଥାଏ ଏହି ରିୟଲିଟି ସୋ । କିନ୍ତୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ଏହାର ମଧ୍ୟ ରହିଛି ଆଉ ଏକ ଚେହେରା । ଯାହାକୁ ଖୁଲାସା କରିଛନ୍ତି ଗତବର୍ଷର ଜଣେ ପ୍ରତିଯୋଗୀ । ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେନି ।

ଅଡିସନ ସମୟରେ କିଭଳି ଭାବରେ ଅମାନବୀୟ ବ୍ୟବହାର କରାଯାଏ ତାହା ଖୁଲାସା କରିଛନ୍ତି ନିଶାନ୍ତ କୌଶିକ୍ ନାମକ ଜଣେ ଯୁବକ । ଆଉ ଯୁବକଙ୍କ ଏହି ଅଭିଯୋଗକୁ ସମର୍ଥନ କରିଛନ୍ତି ଇଣ୍ଡିଆନ୍ ଆଇଡଲର ହୋଷ୍ଟ ଥିବା ମିନି ମାଥୁର୍ । ୨୦୧୨ରେ ସୋ କୁ ବାଏ ବାଏ କହିଥିଲେ ମିନି ମାଥୁର ।

ଟୁଇଟ୍ କରି ସୋ ବିଷୟରେ ଅନେକ ଚାଂଚଲ୍ୟକର ଖୁଲାସା କରିଛନ୍ତି ନିଶାନ୍ତ । କୁହାଯାଏ ପ୍ରତିଭାକୁ ଆଗକୁ ବଢାଇବା ପାଇଁ ଏହା ସଠିକ୍ ପ୍ଲାଟ୍ ଫର୍ମ, କିନ୍ତୁ ମୁଁ ଜାଣିବାରେ ସ୍ବପ୍ନକୁ ନଷ୍ଟ କରିବାରେ ଏହା ସଠିକ୍ ପ୍ଲାଟଫର୍ମ ବୋଲି କହିଛନ୍ତି ନିଶାନ୍ତ ।

indian idol audition୨୦୧୨ରେ ଅଡିସନ୍ ପାଇଁ ମୁମ୍ବାଇ ସେଣ୍ଟର ଯାଇଥିଲେ ନିଶାନ୍ତ । ତେବେ ସେଠାରେ ସେ ଦେଖିବାକୁ ପାଇଲେ ଅଡିସନ୍ ପାଇଁ ପ୍ରାୟ ଦୁଇ କିଲୋମିଟର ଲମ୍ବା ଲାଇନ୍ ଲାଗିଛି । ସେମାନଙ୍କ ମଧ୍ୟରୁ କେହି ସକାଳୁ ଆସି ଲାଇନରେ ଛିଡା ହୋଇଥିବା ବେଳେ କେହି ରାତିରୁ ଆସି ଲାଇନରେ ଛିଡା ହୋଇଛି । ଆଉ କେହି ସ୍ବପ୍ନ ପାଇଁ ସାରା ରାତି ଲାଇନରେ । ଏପରିକି ୱାଶରୁମ୍ ଏବଂ ଖାଦ୍ୟ ପାନୀୟ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନଥିଲା । ଯଦି ଲାଇନ୍ ଛାଡି ଯାଉଛନ୍ତି ତେବେ ସେ ସ୍ଥାନ ମିଳିବା ଅସମ୍ଭବ ।

ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ପ୍ରାୟ ଦିନ ଗୋଟାଏ ବେଳକୁ କବାଟ ଖୋଲିଥିଲା । ହେଲେ ଅପେକ୍ଷାର ଅନ୍ତ ଏଠାରେ ହୋଇନଥିଲା । ବରଂ ସମସ୍ତଙ୍କୁ ଗୋଟିଏ ପଡିଆ ଆଡକୁ ପଠାଯାଇଥିଲା । ଆଉ କିଛି ସମୟ ପରେ ୨୦୧୧ ର ବିଜେତା ଶ୍ରୀରାମ ଆସି ସ୍ପିକରରେ ବାଜୁଥିବା ଗୀତରେ କେବଳ ନିଜର ଓଠ ହଲାଇଥିଲେ । ଏସବୁ କିଛି ଚାଲିଥିଲା ରାତି ୮ ଟା ଯାଏ । ଏହା ପରେ କ୍ରୁ ଆସି ସେମାନଙ୍କୁ ଅନ୍ୟ ଏକ ଷ୍ଟେଜ୍ ସାମ୍ନାରେ ୱି ଲଭ୍ ଇଣ୍ଡିଆନ୍ ଆଇଡଲ୍ କହିବାକୁ ଆସିଥିଲେ ।

indian idol ୩ଟା ରାଉଣ୍ଡ ପରେ ଅଡିସନରୁ ଅଧା ରାତିରେ ବାହାର ହୋଇଯାଇଥିଲେ ନିଶାନ୍ତ । ଏହା ପରେ ଘରକୁ ଆସି ଖୁବ୍ ଶାନ୍ତିରେ ରହିଲେ । ତେବେ ନିଶାନ୍ତ କହିଛନ୍ତି କୌଣସି କଳାକାରଙ୍କ ପ୍ରତିଭାକୁ ଆଗକୁ ବଢିବା ପାଇଁ ବନ୍ଧୁ ଏବଂ ପରିବାର ଲୋକଙ୍କ ସାହାଯ୍ୟ ନେବା ଆବଶ୍ୟକ, ନା କୌଣସି ରିୟଲିଟି ସୋ ର । ରିୟଲିଟି ସୋର କୌଣସି ଅଧିକାର ନାହିଁ ଯେ କୌଣସି କଳାକାରଙ୍କ ଏପରି ଅପମାନ କରିବ । ଟିଆରପି ଭୋକିଲା ଏହି ସୋ ସାମ୍ନାରେ ପ୍ରତିଭାର କୌଣସି ମୂଲ୍ୟ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.