ଗାଁର କଳା ଓ ସଂସ୍କୃତିକୁ ନେଇ କୋଶଲି ସିନେମା ‘ଝରନ୍‌’

ଗାଁର କଳା ଓ ସଂସ୍କୃତିକୁ ନେଇ ତିଆରି ହୋଇଛି ଏକ ସମ୍ପୂର୍ଣ୍ଣ କୋଶଲି ମନୋରଞ୍ଜନ ସିନେମା ‘ଝରନ୍‌’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ଭଟାଚାର୍ଯ୍ୟ । ସିନେମାରେ ମୋଟ ୪୮ଟି ଚରିତ୍ର ରହିଥିବାବେଳେ ୧୨ଟି ମୁଖ୍ୟ ଚରିତ୍ର ରହିଛି । ସିନେମାଟିର କାହାଣୀ ଏଭଳି ରହିଛି, ଗାଁରେ ନାଚ ହେଉ କି ପାଲା, ଅବା ଦଣ୍ଡ ନାଚ ସବୁଥିରେ ଥାଏ ଆପଣାଭାବ । ଭାଇଚାରାର ବାର୍ତ୍ତା । ପୁଣି ଗାଁ ମୁଖିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଗାଁ ଲୋକେ । ଗାଁର ହିତ ପାଇଁ ମୁଖିଆ ନିଜକୁ ସମର୍ପି ଦେଇଥାଏ । ହେଲେ ପରେ ଗାଁରେ ପଶିଆସେ ସହରି ଛାପ । ବଦଳିଯାଏ ଗାଁର ପରିବେଶ । ହଜିଯିବାକୁ ବସେ ଗାଁର ଐତିହ୍ୟ, ପରମ୍ପରା ସହ କଳା ସଂସ୍କୃତି । ଆଉ ଏସବୁକୁ ବଞ୍ଚାଇବାକୁ ଆରମ୍ଭ ହୁଏ ସଂଘର୍ଷ । ଆଗାମୀ ଦିନରେ ଓଡ଼ିଶାର ସମସ୍ତ ହଲରେ ସିନେମା ‘ଝରନ୍‌’ ମୁକ୍ତିଲାଭ କରିବ । ଟିଟଲାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଫିଲ୍ମର ଆୟୋଜକ ।

Leave A Reply

Your email address will not be published.