କିଛି ଜାତୀୟ ଖବର ଅଳ୍ପରେ

ମୋଦି କଂଗ୍ରେସକୁ ଏମିତି କହିଲେ, ପ୍ରିୟଙ୍କା ମୋଦିଙ୍କୁ ଟାର୍ଗେଟ୍ କଲେ
ଡେରାଡୁନ୍ : ଏଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଇ କହିଛନ୍ତି ‘‘କଂଗ୍ରେସ ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର ରହେ ଏକ୍ସିଲେଟରରେ ଓ ବିକାଶର କଥା ରହେ ଭେଣ୍ଟିଲେଟରରେ’’ । ସେପଟେ ଏକ ନିର୍ବାଚନୀ ସଭାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ମୋଦି କେବେ କୌଣସି ଗରିବକୁ ଆଲିଙ୍ଗନ କରନ୍ତି ନାହିଁ ।
ଏଫ୍-୧୬କୁ ନେଇ ଭାରତ ସମସ୍ତଙ୍କୁ ଭୁଆଁ ବୁଲାଉଛି : ରିପୋର୍ଟ
ଓ୍ଵାଶିଂଟନ୍ : ପୁଣି ପାକିସ୍ତାନ୍ର ଏଫ୍-୧୬ ଯୁଦ୍ଧ ବିମାନକୁ ନେଇ ଚର୍ଚ୍ଚା । ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଯେଉଁ ପାକ୍ ଏଫ୍-୧୬କୁ ମିଗ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା କଥା କୁହାଯାଉଛି, ସେଭଳି କିଛି ପ୍ରମାଣ ନାହିଁ ବୋଲି ଆମେରିକା କହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆମେରିକା ବୈଦେଶିକ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ନାମ ପ୍ରକାଶ ନକରି ଏକ ସମ୍ବାଦପତ୍ରକୁ କହିଛନ୍ତି ଯେ ଏସମ୍ପର୍କରେ ଯାଞ୍ଚ କରାଯାଇଛି ଏବଂ ପାକିସ୍ତାନରେ ସମସ୍ତ ଏଫ୍-୧୬ ସୁରକ୍ଷିତ ଅଛି । ତେଣୁ ଭାରତ ମିଛ କହୁଛି ।
ଧୋନି ଓ ଅମିତ ଶାହାଙ୍କ ଫଟୋ
ଏବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ହାତ ମିଳାଉଥିବାର ଏକ ଫଟୋ ଭାଇରାଲ ହୋଇଛି । ତଳେ ଲେଖା ହୋଇଥିଲା ‘ଧୋନି ଭାଜପାରେ ସାମିଲ ହେଲେ, ନିର୍ବାଚନରେ ପ୍ରାର୍ଥୀ ହୋଇ ପାରନ୍ତି’ । ତେବେ ଏହା ଆଦୌ ସତ ନୁହେଁ, ପରେ ବିଜେପି ତରଫରୁ ଏହାକୁ ଖଣ୍ଡନ କରାଯାଇଛି । ଧୋନି ଏବେ ଆଇପିଏଲ୍ରେ ବ୍ୟସ୍ତ ଅଛନ୍ତି ଏବଂ ନିର୍ବାଚନ କଥା ଚିନ୍ତା କରିବାକୁ ବି ତାଙ୍କ ପାଖରେ ସମୟ ନାହିଁ ।
ଶ୍ରୀନଗର ଜେଲ୍ରେ କଏଦୀଙ୍କ ପିଟିଲେ ପୋଲିସ୍କୁ
ଶ୍ରୀନଗର : ସ୍ଥାନୀୟ ସେଣ୍ଟ୍ରାଲ ଜେଲ୍ରେ ଗତକାଲି କିଛି କଏଦୀ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ କୌଣସି ଏକ ଘଟଣାକୁ ନେଇ ଜେଲ୍ ଭିତରେ ଭଙ୍ଗାରୁଜା କରିବା ସହ କିଛି ଜିନିଷପତ୍ରରେ ନିଆଁ ଲଗାଇ ଦେଇଥିଲେ । ଏମିତିକି ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ । ଜେଲ୍ରେ ମରାମତି କାମ ଚାଲିଥିବାରୁ କିଛି କଏଦୀଙ୍କ ବାରାକ୍ ବଦଳାଇବାକୁ ନେଇ ଏଭଳି କାଣ୍ଡ ଘଟିଥିଲା ।