Categories: ମନୋରଂଜନ

କୈଲାଶଙ୍କ ଖେରଙ୍କ ବିରୋଧରେ ଆସିଲା ଯୌନ ଶୋଷଣ ଅଭିଯୋଗ, ମହିଳା ପତ୍ରକାର କଲେ ଚାଂଚଲ୍ୟକର ଖୁଲାସା

ବଲିଉଡର ଲୋକପ୍ରିୟ ଗାୟକ କୈଲାଶ ଖେରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯୌନ ଶୋଷଣ ଅଭିଯୋଗ ନାନା ପାଟେକରଙ୍କ ପରେ ଏବେ ଫସିଲେ କୈଲାଶ ଖେର । ଜଣେ ଫଟୋ ଜର୍ଣ୍ଣାଲିଷ୍ଟ କୈଲାଶଙ୍କ ସହ ମଡେଲ୍ କୁଲଫି ସେୟଦଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ବଲିଉଡରେ ଆରମ୍ଭ ହୋଇଛି #Mee Too ଅଭିଯାନ । ଆଉ ଏହି ଅଭିଯାନରେ ସାମିଲ୍ ହୋଇ ଫଟୋ ଜର୍ଣ୍ଣାଲିଷ୍ଟ ନତାଶା । ନତାଶା ଟ୍ବିଟରରେ ପୋଷ୍ଟ କରି କହିଛନ୍ତି ମୋର #Mee Too ଅଭିଯାନ ସିଙ୍ଗର କୈଲାଶ୍ ଖେର ଏବଂ ମଡେଲ୍ ଜୁଲଫିଙ୍କ ବିରୋଧରେ ।

ନତାଶାଙ୍କ ଅନୁଯାୟୀ ଘଟଣାଟି ହେଉଛି ୨୦୦୬ର ଯେତେବେଳେ ସେ ହିନ୍ଦୁସ୍ତାନ ଟାଇମ୍ସରେ ଜଣେ ଫଟୋ ଜର୍ଣ୍ଣାଲିଷ୍ଟ ଭାବରେ ଜଏନ୍ କରିଥିଲେ । ସେହି ସମୟରେ ନିଜର ଜଣେ ମହିଳା ସହକର୍ମୀଙ୍କ ସହ କୈଲାଶଙ୍କ ଘରକୁ ଇଣ୍ଟରଭ୍ୟୁ ଏବଂ ଫଟୋ ଆଣିବାକୁ ଯାଇଥିଲେ ନତାଶା । ଆଉ ଇଣ୍ଟରଭ୍ୟୁ ସମୟରେ କୈଲାଶ୍ ଖେର ତାଙ୍କ ନିକଟରେ ବସିଗଲେ ଏବଂ ବାରମ୍ବାର ସେମାନଙ୍ଗ ଜଙ୍ଘ ଛୁଇଁବାକୁ ଚେଷ୍ଟା କରୁଥିଲେ। ତେବେ ସେଠାରୁ ଆସିବା ପରେ ଏନେଇ ଲେଖିବାକୁ ଚାହିଁଥିଲେ ହେଲେ ତାଙ୍କ ସହ ଯାଇଥିବା ସହକର୍ମୀ ମନା କରିଥିଲେ । କାରଣ ସତ କହିଲେ ସୁଦ୍ଧା ଏନେଇ କିଛି ବି ଖବର ପେପରରେ ଛପାଯିବନି । ତେଣୁ ବାଧ୍ୟ ହୋଇ ସେମାନେ ଚୁପ୍ ରହିଥିଲେ। ସେହିପରି ମଡେଲ୍ ଜୁଲଫି ମଧ୍ୟ ଜବରଦସ୍ତ କିସ୍ କରିଥିଲେ । କିନ୍ତୁ ପରଦିନ ଏନେଇ ନତାଶାଙ୍କ ଠାରୁ କ୍ଷମା ମାଗିଥିଲେ ।

କେବଳ ନତାଶା ନୁହଁନ୍ତି ଜଣେ ବିଦେଶୀ ପତ୍ରକାର ମଧ୍ୟ କୈଲାଶଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି । ଏନେଇ ପତ୍ରକାର ଜଣକ ନିଜର ଜଣେ ବନ୍ଧୁ ତଥା ଲେଖିକା ସଂଧ୍ୟା ମେନନଙ୍କୁ ଚିଠି ଲେଖିଥିଲେ ଯେ – ହେ ସଂଧ୍ୟା, କାଶ୍ ସେଦିନ ମୋ ପାଖେ ଏତିକି ସାହସ ଥାନ୍ତା ଯେ ନିଜ ନାଁ ଜାହିର କରିପାରିଥାନ୍ତି । କିନ୍ତୁ ସିଙ୍ଗର୍ କୈଲାଶ ଖେରଙ୍କ ବିରୋଧରେ #Mee Too ଅଭିଯାନରେ ସାମିଲ୍ ହେବାକୁ ଚାହୁଁଛି ।

ପତ୍ରକାରଙ୍କ ଅଭିଯୋଗ ଅନୁଯାୟୀ, କୈଲାଶ୍ ଖେର ମସ୍କଟର ଏକ ବୁଟିକ୍ ରେ ପହଂଚିଥିଲେ । ସେଠରେ ଅନ୍ୟ କିଛି ମହିଳା, ଫଟୋଗ୍ରାଫର୍ ଏବଂ ତାଙ୍କ ବସ୍ ମଧ୍ୟ ଥିଲେ । ଏହି ସମୟରେ ସେ କୈଲାଶଙ୍କ ନିକଟରେ ବସିଥିଲେ । ଆଉ କୈଲାଶ୍ କୌଣସି ନା କୌଣସି ବାହାନାରେ ତାଙ୍କ ଜଙ୍ଘ ଛୁଇଁବାକୁ ଚେଷ୍ଟା କରୁଥିଲେ । ଆଉ ଯେଉଁଭଳି ଭାବରେ ତାଙ୍କୁ ଛୁଇଁଥିଲେ ତାହା ଠିକ୍ ନଥିଲା । ଏନେଇ ସେ ନିଜ ବସଙ୍କୁ ମଧ୍ୟ କହିଥିଲେ । ହେଲେ ସେ ଏହାକୁ ହସରେ ଉଡାଇଦେଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

5 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

7 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

7 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

9 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

9 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

10 hours ago