Categories: ମନୋରଂଜନ

ସେଲିବ୍ରିଟିଙ୍କ ଏମିତି ଅଭ୍ୟାସ, ଯାହା ଜାଣିବା ପରେ ଆପଣମାନେ ହସି ହସି ଗଡିଯିବେ

ବଲିଉଡ୍‌ ଷ୍ଟାରଙ୍କ ସୌନ୍ଦର୍ଯ୍ୟ ଏବଂ ତାଙ୍କର ଡ୍ରେସିଂ ସେନ୍ସକୁ ଫଲ୍ଲୋ କରିବାର କ୍ରେଜ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ରହିଥାଏ। ଫ୍ୟାନ୍ସମାନଙ୍କୁ ନିଜର ଫେଭରାଇଟ୍‌ ଷ୍ଟାରଙ୍କ ପ୍ରତ୍ୟେକ ଅଭ୍ୟାସ ମଧ୍ୟ ଭଲ ଲାଗିଥାଏ। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ସାଧାରଣ ଲୋକମାନଙ୍କ ଭଳି ଏହି ସେଲିବ୍ରିଟିମାନଙ୍କର ମଧ୍ୟ କିଛି ଖରାପ ଅଭ୍ୟାସ ରହିଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ସୁଷ୍ମିତା ସେନ୍‌

ବଲିଉଡର ଲୋକପ୍ରିୟ ହିରୋଇନ ସୁଷ୍ମିତା ସେନ୍‌ ବାର୍ଥରୁମ୍‌ ରେ ନଗାଧେଇ ଖୋଲା ସ୍ଥାନରେ ଗାଧୋଇବାର ଅଭ୍ୟାସ ରଖିଛନ୍ତି। ସୂଚନା ମିଳିଛି ସୁଷ୍ମିତା ସେନ୍‌ ନିଜ ଘରର ଛାତରେ ଏକ ବାଥ୍‌ ଟପ୍‌ ଲଗାଇଛନ୍ତି, ଯେଉଁଠାରେ ସେ ଖୋଲା ଆକାଶ ତଳେ ଗାଧୋଇଥାନ୍ତି।

ସନ୍ନି ଲିଓନି

ଲୋକପ୍ରିୟ ଅଭିନେତ୍ରୀ ସନ୍ନି ଲିଓନିଙ୍କର ବାରମ୍ବାର ଗୋଡ ଧୋଇବାର ଅଭ୍ୟାସ ରହିଛି। ସୁଟିଂ ସମୟରେ ପ୍ରତ୍ୟେକ ୧୫ ମିନିଟ୍‌ ରେ ମଧ୍ୟ ସନ୍ନି ପାଦ ସଫା କରିଥାନ୍ତି, ଯାହାଦ୍ୱାରା ସୁଟିଂରେ ଅନେକ ପ୍ରୋବ୍ଲେମ୍‌ ଦେଖାଯାଇଥାଏ।

କରୀନା କପୁର

ବଲିଉଡର ବେବୋ ଅର୍ଥାତ କରୀନା କପୁରଙ୍କର ମଧ୍ୟ ଏକ ଖରାପ ଅଭ୍ୟାସ ରହିଛି। ସେହି ଖରାପ ଅଭ୍ୟାସଟି ହେଉଛି ସେ ନଖ ଚୋବାଇଥାନ୍ତି। ଏହି ଅଭ୍ୟାସକୁ ଛାଡିବା ସେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଛନ୍ତି।

ଜିତେନ୍ଦ୍ର

ସୁପରଷ୍ଟାର ଜିତେନ୍ଦ୍ରଙ୍କ ଅଭ୍ୟାସ ବିଷୟରେ ଜାଣିବା ପରେ ତ ଆପଣମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିଛନ୍ତି ସୁପରଷ୍ଟାର ଯେତେବେଳେ ବି ବାର୍ଥରୁମ୍‌ ଯାଇଥାନ୍ତି ସେତେବେଳେ ସେ ଅମୃତଭଣ୍ଡା ସହ ଅନ୍ୟ କିଛି ଫଳ ନେଇ ଯାଇଥାନ୍ତି ଏବଂ ସେଠାରେ ବସି ଖାଇଥାନ୍ତି।

ଶାହାରୁଖ ଖାନ

ସେହିଭଳି ବଲିଉଡର କିଙ୍ଗ୍‌ ଶାହାରୁଖ ଖାନ୍‌ ବାରମ୍ବାର ଜୋତା ବଦଳାଇବା ପାଇଁ ପସନ୍ଦ କରିନଥାନ୍ତି। ସେ କେବଳ ଦିନରେ ଥରେ ହିଁ ଜୋତା ବଦଳାଇବା ପାଇଁ ପସନ୍ଦ କରିଥାନ୍ତି। ଅନେକ ଥର ମଧ୍ୟ ସେ ଜୋତା ପିନ୍ଧି ଶୋଇଯାଇଥାନ୍ତି।

ଜନ୍‌ ଆବ୍ରାହମ

ଅଭିନେତା ଜନ୍‌ ଆବ୍ରାହମଙ୍କର ପ୍ରତ୍ୟେକ ସମୟରେ ଗୋଡ ହଲାଇବାର ଖରାପ ଅଭ୍ୟାସ ରହିଛି। ଆଜ୍ଞା ହଁ ସେ ଯେବେ ବି କେଉଁ ସ୍ଥାନରେ ବସିଥାନ୍ତି ନିଶ୍ଚିନ୍ତ ଗୋଡ ହଲାଇଥାନ୍ତି। ନିଜର ଏହି ଖରାପ ଅଭ୍ୟାସ ଯୋଗୁ ତାଙ୍କୁ ଅନେକ ସୁଟିଂ ଏବଂ ମିଟିଂରେ ଅସୁବିଧା ହୋଇଥାଏ।

ଅମିତାଭ ବଚ୍ଚନ

ଆମ ଫିଲ୍ମ ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଅଭ୍ୟାସ ରହିଛି, ଯାହା ସମ୍ପର୍କରେ କିଛି ବର୍ଷ ପୂର୍ବରୁ ତାଙ୍କ ପୁଅ ଏହି ବିଷୟରେ କହିଥିଲେ। ଆଜ୍ଞା ହଁ ଅମିତାଭ ବଚ୍ଚନ ଦୁଇଟି ଘଣ୍ଟା ପିନ୍ଧିଥାନ୍ତି। ଅମିତାଭ କହିଥିଲେ ଯେତେବେଳେ ସେ ପାଠ ପଢିବା ପାଇଁ ୟୁରୋପ ଯାଇଥିଲେ, କାରଣ ସେତେବେଳେ ଭାରତ ଏବଂ ୟୁରୋପର ସମୟ ଜାଣିବା ପାଇଁ ତାଙ୍କ ମା’ ଦୁଇଟି ଘଣ୍ଟା ପିନ୍ଧୁଥିଲେ। ଧୀରେ ଧୀରେ ତାଙ୍କ ମା’ଙ୍କ ପରେ ପରେ ବାପା ମଧ୍ୟ ଏହି ଷ୍ଟାଇଲ କପି କରିଥିଲେ। ବର୍ତ୍ତମାନ ମଧ୍ୟ ସେହିସମୟରୁ ଏହି ଅଭ୍ୟାସ ରହିଛି।

ସଲମାନ ଖାନ୍‌

ଏଭଳି ଏକ ସ୍ୱତନ୍ତ୍ର ଅଭ୍ୟାସ ରହିଛି ଭାଇଜାନ ସଲମାନ ଖାନଙ୍କର। ସଲମାନଙ୍କୁ ସାବୁନ୍‌ ଏକାଠି କରି ରଖିବାର ଖୁବ୍‌ ସୌକ୍‌। ସଲମାନଙ୍କର ଏହି ଅଭ୍ୟାସକୁ ନେଇ ତାଙ୍କ ପାଖରେ ବିଶ୍ୱର ସମସ୍ତ ପ୍ରକାର ହାତ ତିଆରି , ଡିଜାଇନର ଏବଂ ହର୍ବଲ ସାବୁନ ରହିଛି। ସୂୂଚନା ମୁତାବକ ଭାଇଜାନଙ୍କୁ ବିନା କେମିକାଲରେ ପ୍ରସ୍ତୁତ ହୋଇଥିବା ସାବୁନ ବହୁତ ପସନ୍ଦ।

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

11 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

25 mins ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

39 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

49 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

58 mins ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

1 hour ago