ମନୋରଂଜନ

ସୋନୁ ସୁଦଙ୍କୁ ନିଜ ଠାକୁର ଘରେ ରଖି ପୂଜା କଲେ ବ୍ୟକ୍ତି, ଭିଡିଓ ଦେଖିବା ପରେ ଏମିତି ଜବାବ ଦେଲେ ଅଭିନେତା

କରୋନା ଭାଇରସ କାରଣରୁ ଜାରୀ ରହିଥିବା ଲକଡାଉନରେ ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସୋନୁ ସୁଦ ବାସ୍ତବରେ ଜଣେ ହିରୋ ଭଳି କାମ କରୁଛନ୍ତି। ସୋନୁ ମୁମ୍ବାଇରେ ଫସିରହିଥିବା ହଜାର ହଜାର ଲୋକଙ୍କୁ ତାଙ୍କ ଘରେ ପହଁଚାଇଛନ୍ତି। ସେହିପରି ତାଙ୍କର ଏହି ମହତ କାମ ଏବେ ବି ଜାରୀ ରହିଛି। ଏହି କାମ ପାଇଁ ତାଙ୍କୁ ସାଧାରଣ ଜନତାଙ୍କ ସମେତ ମହାରାଷ୍ଟ୍ର ସରକାର ମଧ୍ୟ ତାଙ୍କ ପ୍ରଶଂସା କରୁଛନ୍ତି।

ଏହି କାମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। କେବଳ ଏତିକି ନୁହେଁ ଅନେକ ଲୋକେ ତାଙ୍କୁ ଭଗବାନ ବୋଲି ମଧ୍ୟ ମାନିଲେଣି। ନିଜ ଘରେ ସୁରକ୍ଷିତ ପହଁଚିବା ପରେ ଲୋକମାନେ ନିଜ ନିଜ ଅନ୍ଦାଜରେ ସୋନୁ ସୁଦଙ୍କୁ ଧନ୍ୟବାଦ କରୁଛନ୍ତି। ନିକଟରେ ସୋନୁ ସୁଦଙ୍କୁ ନେଇ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସୋନୁ ସୁଦ ନିଜେ ମଧ୍ୟ ଆଶ୍ଚଯ୍ୟର୍ ହୋଇାଯାଇଛନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ମାଆଙ୍କୁ ଭେଟିବା ପରେ ସୋନୁ ସୁଦଙ୍କୁ ଏକ ନୂଆ ଢ଼ଙ୍ଗରେ ଧନ୍ୟବାଦ ଜଣାଇଛନ୍ତି। ବ୍ୟଙ୍କି ଜଣଙ୍କ ସୋନୁ ସୁଦଙ୍କୁ ଭଗବାନ ମାନି ତାଙ୍କୁ ପୂଜା ଘରେ ରଖି ପୂଜା କରୁଛନ୍ତି।

ବ୍ୟକ୍ତିଙ୍କ ଏହି ଭିଡିଓକୁ ସୋନୁ ସୁଦ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ସୋନୁ ସୁଦଙ୍କ ଫଟୋ ରଖି ପୂଜା କରୁଛନ୍ତି। ବ୍ୟକ୍ତି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯିଏ ମା ସହିତ ମିଶାଇଲେ ସେ ଭଗବାନ। ସୋନୁ ସୁଦଙ୍କ ଭଳି ସବୁ ମଣିଷ ଭଗବାନ ନୁହିଁନ୍ତି। ସୋନୁ ସୁଦ ମୁଁ ଆପଣଙ୍କୁ ଭଗବାନ ବୋଲି ମାନୁଛି। ଆପଣ ମୋତେ ମୋ ମାଆ ସହିତ ଭେଟ କରାଇଛ।
ଏହି ଭିଡିଓରେ ସୋନୁ ସୁଦ ଉତ୍ତରରେ ଲେଖିଛନ୍ତି। ‘ଆରେ ଭାଇ ଏମିତି କରନାହିଁ। ବସ ତୁମେ ତୁମ ମା’ଙ୍କୁ କୁହ ସେ ସବୁଦିନ ମୋତେ ଆଶିର୍ବାଦ କରୁଥାନ୍ତୁ। ସବୁ ଠିକ ହୋଇଯିବ।’

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

12 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

19 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

35 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

41 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

54 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago