Categories: ମନୋରଂଜନ

ରିଲିଜ୍ ର ପାଞ୍ଚ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’

ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’। ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଏହି ଫିଲ୍ମ କେବଳ ୫ ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିପାରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ମୁତାବକ ‘ମିଶନ ମଙ୍ଗଲ’ ଚତୁର୍ଥ ଦିନ ଅର୍ଥାତ୍‌ ୱିକେଣ୍ଡ ସୁଦ୍ଧା ୯୭.୫୬ କୋଟି ଟଙ୍କା ଆୟ କରିଥିଲା। ତେବେ ଏହି ହିସାବରେ ବର୍ତ୍ତମାନ ଫିଲ୍ମ ୧୦୪.୫ କୋଟି ଟଙ୍କା ଆୟ ସହ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି। ଏଥି ସହ ଏହି ଫିଲ୍ମଟି ଚଳିତ ବର୍ଷର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି।

ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷି ସିହ୍ନା ବି ଜବରଦସ୍ତ ଅଭିନୟ କରିଛନ୍ତିା ଏହି ଫିଲ୍ମ ଜରିଆରେ ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଏହାକୁ ରଙ୍ଗୀନ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି।

ଏହାସହ ପଢନ୍ତୁ: ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନିର୍ଦ୍ଦେଶକ କରଣ ଜୋହର

ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଗନ ଶକ୍ତି । ଏଥିସହ ଏହି ଫିଲ୍ମ ସହିତ ଜନ ଆାବ୍ରାହମଙ୍କ ‘ବାଟଲା ହାଉସ୍’ ମଧ୍ୟ ରିଲିଜ୍ ହୋଇଥିଲା। ବର୍ତ୍ତମାନ ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍ ରେ କଡା ଟକ୍କର ଲାଗିଛି।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

35 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago