ରିଲିଜ୍ ର ପାଞ୍ଚ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’

ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’। ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଏହି ଫିଲ୍ମ କେବଳ ୫ ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିପାରିଛି। ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ମୁତାବକ ‘ମିଶନ ମଙ୍ଗଲ’ ଚତୁର୍ଥ ଦିନ ଅର୍ଥାତ୍ ୱିକେଣ୍ଡ ସୁଦ୍ଧା ୯୭.୫୬ କୋଟି ଟଙ୍କା ଆୟ କରିଥିଲା। ତେବେ ଏହି ହିସାବରେ ବର୍ତ୍ତମାନ ଫିଲ୍ମ ୧୦୪.୫ କୋଟି ଟଙ୍କା ଆୟ ସହ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି। ଏଥି ସହ ଏହି ଫିଲ୍ମଟି ଚଳିତ ବର୍ଷର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି।
ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷି ସିହ୍ନା ବି ଜବରଦସ୍ତ ଅଭିନୟ କରିଛନ୍ତିା ଏହି ଫିଲ୍ମ ଜରିଆରେ ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଏହାକୁ ରଙ୍ଗୀନ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି।
ଏହାସହ ପଢନ୍ତୁ: ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନିର୍ଦ୍ଦେଶକ କରଣ ଜୋହର
ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜଗନ ଶକ୍ତି । ଏଥିସହ ଏହି ଫିଲ୍ମ ସହିତ ଜନ ଆାବ୍ରାହମଙ୍କ ‘ବାଟଲା ହାଉସ୍’ ମଧ୍ୟ ରିଲିଜ୍ ହୋଇଥିଲା। ବର୍ତ୍ତମାନ ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍ ରେ କଡା ଟକ୍କର ଲାଗିଛି।